ବିହାର ରାଜନୀତିରେ ଝଡ, ଭଙ୍ଗାଯିବ ସରକାର !

ଶେଷରେ ଭାଙ୍ଗିବାକୁ ଯାଉଛି ଆରଜେଡି-ଜେଡିୟୁ ମେଣ୍ଟ। ବିହାରରେ ଗଠନ ହୋଇପାରେ ବିଜେପି-ଜେଡିୟୁ ସରକାର। ଆସନ୍ତା ଜାନୁଆରୀ 28ରେ ଜେଡିୟୁ-ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତିଶ କୁମାର।

ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆସନ୍ତା ରବିବାର ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ବର୍ତ୍ତମାନ ଜନତା ଦଳ (ୟୁନାଇଟେଡ୍) ଏବଂ ରାଷ୍ଟ୍ରୀୟ ଜନତା ଦଳ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ନୀତିଶ ବିଜେପି-ଜେଡିୟୁ ସରକାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ଭାରତ ରତ୍ନ ସମ୍ମାନ ପାଇଁ କର୍ପୂରୀ ଠାକୁରଙ୍କ ନାମ ଘୋଷଣା ପରେ ବଦଳିଯାଇଛି ବିହାରର ରାଜନୈତିକ ସମୀକରଣ। ନୀତିଶ କୁମାର କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହାପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଗତକାଲି ମଧ୍ୟ ଏକ ବଡ ଧରଣର ମାନସ ମନ୍ଥନ ହୋଇଥିଲା।

ଶେଷରେ ଜେଡିୟୁ ବିଜେପି ସହ ଗଣ୍ଠବନ୍ଧନ କରିବାକୁ ଯାଉଥିବା ବିଶେଷ ସୂତ୍ରରୁ ପ୍ରକାଶପାଇଛି।

 

Comments are closed.