ଏକା ଲଢ଼ିବେ ଫାରୁକ୍

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ(ଏନସି) କାହା ସହ ମେଣ୍ଟ କରିବ ନାହିଁ। ଦଳ ଏକାକୀ ଉପତ୍ୟକାର ସମସ୍ତ ୯୦ଟି ଯାକ ଆସନରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଧାରା ୩୭୦ ଉଚ୍ଛେଦ ପରେ ପିଡିପି ଠାରୁ ଆରମ୍ଭ କରି ଅନ୍ୟ କିଛି ରାଜନୀତିକ ଦଳ ସହ ମିଶି ଏନସି ଗୁପକର ମେଣ୍ଟରେ ଗଠନ କରିଥିଲା। ହେଲେ ଏବେ ଏନସି ଗୁପକର ମେଣ୍ଟରୁ ଓହରି ଯାଇଛି। ଏନସିର ଏପରି ଆଭିମୁଖ୍ୟ ପରେ ଗୁପକର ମେଣ୍ଟ ମଧ୍ୟ ଭାଙ୍ଗି ଯାଇଛି।

ଗୁପକର ମେଣ୍ଟ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିବାକୁ ଏନସିର ନେତାମାନେ ସର୍ବସମ୍ମତିକ୍ରମେ ରାଜି ହୋଇଛନ୍ତି। ଏନେଇ ବୁଧବାର ସନ୍ଧ୍ୟାରେ ଏନସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଦଳର ସବୁ ନେତା ଗୁପକର ମେଣ୍ଟରୁ ଏନସି ଓହରି ଯିବା ଦରକାର ବୋଲି ମତ ରଖିଥିଲେ। ଏହାପରେ ଏନସି ହାଇକମାଣ୍ଡ ଦଳ ଜମ୍ମୁ-କଶ୍ମୀରର ସମସ୍ତ ୯୦ ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲେ।

Comments are closed.