ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ପାଇଁ ଅନୁଷ୍ଠିତ ହେବ ବ୍ୟାପକ କାର୍ଯ୍ୟକ୍ରମ

0

ନୂଆଦିଲ୍ଲୀ : ଆସନ୍ତା ମେ ୨୯ରେ ମୋଦୀ ସରକାରଙ୍କ କାର୍ଯ୍ୟକାଳ ୯ ବର୍ଷ ପୂରିବ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୯ ବର୍ଷର କାର୍ଯ୍ୟକାଳର ପୂର୍ତ୍ତିକୁ ବ୍ୟାପକଭାବେ ପାଳନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶରେ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଚୂଡ଼ାନ୍ତ ରୂପ ଦେବା ପାଇଁ ୧୫ ଜଣ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ନେଇ ଏକ ଟିମ୍‌ ଗଠିତ ହୋଇଛି। ଏଥିରେ ଓଡ଼ିଶାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମିଲ ହୋଇଛନ୍ତି।

ଅନ୍ୟ ମନ୍ତ୍ରୀମାନେ ହେଲେ ପୀୟୂଷ ଗୋୟଲ, ସ୍ମୃତି ଇରାନୀ, ଗଜେନ୍ଦ୍ରସିଂହ ଶେଖାୱତ, ଜି. କିଷନ ରେଡ୍ଡି, ପ୍ରହଲ୍ଲାଦ ଯୋଶୀ, ଅର୍ଜୁନରାମ ମେଘୱାଲ, ରାଜୀବ ଚନ୍ଦ୍ରଶେଖର, ଭାରତୀ ପାୱାର, ସୁଭାଷ ସରକାର, ଦର୍ଶନ ଜରଦଷ ଓ ଏଲ୍‌. ମୁରୁଗନ। ଏଥି ପାଇଁ ପ୍ରଥମ ବୈଠକ ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ମୋଦୀ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଜନତାଙ୍କ ନିକଟରେ କିପରି ପହଞ୍ଚାଯିବ ସେ ନେଇ କମିଟି ରଣନୀତି ପ୍ରସ୍ତୁତ କରିବ।

Leave A Reply

Your email address will not be published.