ପ୍ରକାଶ ପଇଲା ଆଇସିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ : କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏଥର ପାସ ହାର ରହିଛି ୯୯.୯୭ ପ୍ରତିଶତ। ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅ ପାଇଛନ୍ତି ସଫଳତା। ଛାତ୍ରୀଙ୍କ ପାସ ହାର ୯୯.୯୮ ପ୍ରତିଶତ ହୋଇଥିବାବେଳେ ଛାତ୍ରଙ୍କ ପାସ ହାର ରହିଛି ୯୯.୯୭ ପ୍ରତିଶତ। ପରୀକ୍ଷା ଦେଇଥିଲେ ମୋଟ ୨ ଲକ୍ଷ ୩୧ ହଜାର ୬୩ ଛାତ୍ରୀଛାତ୍ର। ନିଜ ଫଳାଫଳ ଜାଣିବା ପାଇଁ ଅପେକ୍ଷାରତ ଛାତ୍ରୀଛାତ୍ରମାନେ ଓ୍ବେବ୍‌ସାଇଟ୍‌ www.cisce.orgରେ ଆବଶ୍ୟକ ତଥ୍ୟ ଦେଇ ନିଜ ରେଜଲ୍ଟ ଜାଣିପାରିବେ। ଏଥିସହ ୦୯୨୪୮୦୮୨୮୮୩ ନମ୍ବରକୁ ଏସ୍‌ଏମ୍‌ଏସ୍‌ କରି ମଧ୍ୟ ରେଜଲ୍ଟ ପାଇପାରିବେ।
ଚଳିତବର୍ଷ ସିଆଇଏସ୍‌ସିଇ ପକ୍ଷରୁ ଆଇସିଏସ୍‌ଇ ଦଶମର ଦୁଇଟି ସେମିଷ୍ଟର ପରୀକ୍ଷା ହୋଇଥିଲା। ନଭେମ୍ବର-ଡିସେମ୍ବରରେ ସେମିଷ୍ଟର-୧ ଓ ଏପ୍ରିଲ-ମେରେ ସେମିଷ୍ଟର-୨ ଅନୁଷ୍ଠିତ ହୋଇଥିଲା। ଦୁଇଟି ସେମିଷ୍ଟରର ରେଜଲ୍ଟ ଏବଂ ପ୍ରୋଜେକ୍ଟ (ଇଣ୍ଟରନାଲ ଆସେସମେଣ୍ଟ)କୁ ଆଧାର କରି ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ଦୁଇଟି ଯାକ ସେମିଷ୍ଟର ଦେଇଥିବା ଜୁରୁରୀ। ଯଦି କୌଣସି ଛାତ୍ରୀଛାତ୍ର ସେମିଷ୍ଟର-୧ କିମ୍ବା ୨ ଦେଇ ନ ଥିବେ ତେବେ ସେମାନଙ୍କର ରେଜଲ୍ଟ ବାହାରି ପାରିବ ନାହିଁ ବୋଲି ସିଆଇଏସ୍‌ସିଇ ପକ୍ଷରୁ କୁହାଯାଇଛି।

Comments are closed.