ପ୍ରଶ୍ନପତ୍ର ଲିକ ଯୋଗୁଁ ପରୀକ୍ଷା ବାତିଲ
ସମ୍ବଲପୁର:ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ ହୋଇଥିବା ଜଣାଯାଇଛି । ଆଜି ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ ହୋଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି ।
କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆଜି ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜିନାଲ ପ୍ରଶ୍ନପତ୍ର ସହ ମିଶୁଛି । ତେଣୁ ଆଜି ହେବାକୁ ଥିବା ଏଜୁକେସନ ଅନର୍ସ ପରୀକ୍ଷାକୁ ବାତିଲ କରାଯାଇଛି । କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଲିକ ଓ ଭାଇରାଲ ହେଲା ତାହାର ତଦନ୍ତ କରାଯିବ ।
ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଏତଲା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାଛଡ଼ା ଆଜି ବାତିଲ ହୋଇଥିବା ପରୀକ୍ଷା ପରବର୍ତ୍ତୀ ଅବସ୍ଥାରେ କେବେ ହେବ ସେନେଇ ଜଣାଇ ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ କତ୍ତ;ୃପକ୍ଷ ସୂଚନା ଦେଇଛନ୍ତି ।
Comments are closed.