କାହିଁକି ଏମିତି ଆଶ୍ଚର୍ଯ୍ୟ କଲା ପରି କଥା କହିଲେ ଏଲନ ମସ୍କ

ନ୍ୟୁୟର୍କ : ଟ୍ବିଟର ମୁଖ୍ୟ ଏଲନ୍‌ ମସ୍କ ମେଣ୍ଟାଲ ହେଲଥ୍ ଓ ସେଫଟି ଉପରେ କଥା ହୋଇଥିଲେ। ୫୧ ବର୍ଷୀୟ ଏଲନ୍ ମସ୍କ କହିଛନ୍ତି, ତାଙ୍କର ମେଣ୍ଟାଲ ହେଲଥ୍‌ ସମ୍ପୂର୍ଣ୍ଣ ଠିକ୍ ଅଛି। ସେ ଆତ୍ମହତ୍ୟା କରିବା ବିଷୟରେ ମଧ୍ୟ ଚିନ୍ତା କରୁନାହାନ୍ତି। ସେ କହିଛନ୍ତି, ଯଦି ତାଙ୍କ ବିଷୟରେ ଆତ୍ମହତ୍ୟା ଖବର ଆସେ, ତେବେ ତାହା ଠିକ୍ ହୋଇନଥିବ। ଏନେଇ ଜଣେ ୟୁଜର ପ୍ରଶ୍ନ ପଚାରିଥିଲେ।

ଉଲ୍ଲେଖନୀୟ ଯେ, ଏଲନ୍ ମସ୍କ ଟ୍ବିଟରରେ ଏକ ଲାଇଭ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମରେ ଉତ୍ତର ଦେଉଥିଲେ। ଏହି ସମୟରେ ତାଙ୍କୁ ଜଣେ ବ୍ୟକ୍ତି ପ୍ରଶ୍ନ ପଚାରିଥିଲେ, କଥା ହେବା ଭିତରେ ତାଙ୍କୁ ଆତ୍ମହତ୍ୟା କରିବା ନେଇ କୗଣସି ଚିନ୍ତା ଆସୁଛି କି ? ଏହାର ଉତ୍ତରରେ ସେ କହିଛନ୍ତି, ନିଜର ଜୀବନ ସେ ନି​‌ଜେ ନେଇ ପାରିବେ ନାହିଁ। ଯଦି ସେ ନିଜକୁ ନିଜେ ମାରନ୍ତି, ତେବେ ତାହା ରିୟଲ ନୁହେଁ। ଏହି ଟ୍ବିଟର ସ୍ପେସ୍‌ ଇଣ୍ଟରଭ୍ୟୁକୁ ୧.୮ ମିଲିୟନରୁ ଅଧିକ ଲୋକ ଏପର୍ଯ୍ୟନ୍ତ ଶୁଣି ପାରିବେ। ଏଥିରେ ଏଲନ୍ ମସ୍କ ଟ୍ବିଟର ଫାଇଲସ୍‌କୁ ନେଇ କଥା ହେଉଥିଲେ। ମସ୍କ ନିଜକୁ ନିଜର ସ୍ପିଚ୍ ସପୋର୍ଟର ବୋଲି କହିଛନ୍ତି।

ସେ କହିଛନ୍ତି, ଟ୍ବିଟର ଫାଇଲ୍ସକୁ ଲିକ୍ କରି ଟ୍ବିଟର ଉପରେ ଲଗାଯାଇଥିବା ଫ୍ରି ସ୍ପିଚ୍ ସପ୍ରେସନ୍‌ର ଅଭିଯୋଗ ପ୍ରମାଣିତ କରିବ। ଏହାପରେ ଲୋକଙ୍କୁ ତାଙ୍କ ସେଫଟି ଓ ମେଣ୍ଟାଲ ହେଲଥ୍‌କୁ ନେଇ ଚିନ୍ତା ଆରମ୍ଭ ହୋଇଛି। Katherine Tangalakis-Lippert ଙ୍କ କହିବା ଅନୁସାରେ, ଏହି ଫାଇଲ୍ସରେ ଟ୍ବିଟର କର୍ମଚାରୀଙ୍କ ପ୍ରାଇଭେଟ୍ ଇଣ୍ଟରଆକ୍ସନ ରହିଛି। ଉଲ୍ଲେଖନୀୟ ଯେ, ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଏଲନ୍ ମସ୍କ ନିଜର ସମ୍ଭାବିତ ରହସ୍ୟମୟ ମୃତ୍ୟକୁ ନେଇ କଥା ହେଉଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଚଳିତ ବର୍ଷ ସନ୍ଦିଗ୍ଧ ସ୍ଥିତିରେ ମୃତ୍ୟୁକୁ ନେଇ ଟ୍ବିଟ୍‌ କରିସାରିଛନ୍ତି।

Comments are closed.