କେଉଁ କାରଣ ପାଇଁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ କ୍ଷମା ମାଗିଲେ ଏଲୋନ ମସ୍କ

ନୂଆଦିଲ୍ଲୀ, : ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟେଲ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଇଲେକ୍ଟ୍ରି କାର ନିର୍ମାତା ଟେସଲା କାରଖାନାକୁ ଗସ୍ତ କରିଥିଲେ। ଏଠାରେ ବିଭିନ୍ନ ବିଭାଗର ପ୍ରମୁଖ ଦାୟିତ୍ୱରେ ଥିବା ଭାରତୀୟ ମାନଙ୍କ ସହିତ ସେ ସାକ୍ଷାତ କରିଥିଲେ। ତାଙ୍କ ଗସ୍ତ ସମୟରେ ପୀୟୁଷ ଗୋୟଲ ଭାରତୀୟ ଇଞ୍ଜିନିୟର୍ ଏବଂ ଫାଇନାନ୍ସ ବିଭାଗରେ ଥିବା କର୍ମଚାରୀ ମାନଙ୍କୁ ଭେଟିଥିଲେ, କିନ୍ତୁ ସେ ଏଲନ୍ ମସ୍କଙ୍କର ‘ଯାଦୁକରୀ ଉପସ୍ଥିତି’କୁ ଅଭାବ ବିଷୟରେ ସେ କହିଥିଲେ।

ଟେସଲା କାରଖାନାକୁ ଗସ୍ତ କରିବା ପରେ ପିୟୁଷ ଗୋୟେଲ ଏକ୍ସ(ଟୁଇଟର)ରେ ଲେଖିଥିଲେ ଅସୁସ୍ଥତା ହେତୁ ଏଲନ ମସ୍କଙ୍କ ସହିତ ତାଙ୍କର ସାକ୍ଷାତ ହୋଇପାରି ନଥିଲା। ଏହାପରେ ପୀୟୁଷ ଗୋୟଲଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଏଲନ୍ ମସ୍କ କହିଛନ୍ତି ଯେ ଭାରତୀୟ ମନ୍ତ୍ରୀଙ୍କ ଗସ୍ତ ତାଙ୍କୁ ସମ୍ମାନିତ କରିଛି ଏବଂ ଭବିଷ୍ୟତରେ ତାଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି, ତେବେ ସେ ସାକ୍ଷାତ କରିପାରି ନଥିବାରୁ କ୍ଷମା ଚାହିଁଥିଲେ।

ରିଉଟର୍ସ ଅନୁଯାୟୀ ଟେସଲା ଭାରତରେ କାରଖାନା ନିର୍ମାଣ କରିବା ପାଇଁ ନିରନ୍ତର ଚେଷ୍ଟା କରୁଛି। ଯାହାର ଉଦେଶ୍ୟ ହେଉଛି ଭାରତରେ ୨୪ ହଜାର କାର ନିର୍ମାଣ କରିବା ଯାହାର ଆନୁମାନିକ ମୂଲ୍ୟ ୧୯,୯୬୧୮୯ କୋଟି ହେବ।

Comments are closed.