ସଙ୍କଟରେ ଗଜରାଜ, ପୁଣି ବଳି ପଡ଼ିଲା ଦନ୍ତା

ଢେଙ୍କାନାଳ : ସଙ୍କଟରେ ଗଜରାଜ। ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି। ହିନ୍ଦୋଳ ରେଞ୍ଜ ଅସରଡା ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଛି।

ମୃତ ହାତୀର ଆନୁମାନିକ ବୟସ ୨୦ ବର୍ଷ ହେବ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.