ଫୁର୍ଲି ଝରନ ରାସ୍ତାରେ ହାତୀ ଆତଙ୍କ, ରାସ୍ତାରେ ଡାଳ ପକାଇ ୨ଘଣ୍ଟା ରାସ୍ତା ଅବରୋଧ

କଳାହାଣ୍ଡି, ବୁଧେଶ୍ୱର ଚୌଧୁରୀ : ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାଜ୍ୟ ରାଜପଥ 46ର ଘାଟିନିକଟରେ ଜଙ୍ଗଲୀ ହାତୀ ରାସ୍ତା ଅବରୋଧ କରି ଆତଙ୍କ ଖେଳାଇବା ଘଟଣାକୁ ନେଇ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାସ୍ତାରେ ରାତି ରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଫୁର୍ଲି ଝରନ ଓ ଶଗଡା ମଝି ଜଙ୍ଗଲରେ ବଣୁଆ ହାତୀ ରାସ୍ତା ଉପରକୁ ଚାଲି ଆସିଥିଲେ । ଗଛ ଓ ଡାଳ ଭାଙ୍ଗି ରାସ୍ତା ଉପରେ ପକାଇ ରାସ୍ତା ଅବରୋଧ କରି ହାତୀ ଛିଡା ହୋଇ ପଡ଼ିଥିଲା। ଫଳରେ ରାସ୍ତା ଦୁଇ ପାର୍ଶ୍ଵରେ ପ୍ରାୟ ୩୦ରୁ ଉର୍ଦ୍ଧ ବାଇକ ଓ ଯାନବାହାନ ଅଟକି ରହିଥିଲା। ଦୀର୍ଘ ଦୁଇ ଘଣ୍ଟା ପରେ ରାତିରେ ହାତୀ ରାସ୍ତା ରୁ ହଟି ତଳକୁ ଚାଲି ଯାଇଥିଲା। ପରେ ଉକ୍ତ ସ୍ଥାନରେ ଯାତାୟାତ ସ୍ୱଭାକି ହୋଇଥିଲା । ଏହି ସ୍ଥାନରେ ମୋବାଇଲ ନେଟୱର୍କ ନ ଥିବା ଯୋଗୁ ଲୋକେ ବନ ବିଭାଗ ସହିତ ଯୋଗାଯୋଗ ମଧ୍ୟ କରିପାରିନଥିଲେ।

Comments are closed.