ହାତୀ ଆକ୍ରମଣରେ ମହିଳା ଗୁରୁତର

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ହାତୀ ଆକ୍ରମଣରେ ମହିଳା ଗୁରୁତର | ଗୁରୁତରଙ୍କ ନାମ ବିଳାସ ପ୍ରଧାନ | ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ କମାଗୁରୁ ପଂଚାୟତ ଅରିସଲ ଗ୍ରାମରେ | ମହିଳା ଜଣକ ଗାଁ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଈଥିବା ବେଳେ ଗୋଟିଏ ଗୋଠ ଛଡା ଦନ୍ତା ମହିଳାଙ୍କୁ କରିଛି ଆକ୍ରମଣ | ଆକ୍ରମଣରେ ମହିଳା ଗୁରୁତର , ଗୁରୁତର ଅବସ୍ଥାରେ ମହିଳାଙ୍କୁ
ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କଲେ ସ୍ଥାନୀୟ ଲୋକେ | ଗୋଟିଏ ଗୋଠ ଛଡା ଦନ୍ତା କମାଗୁରୁ ଅଂଚଳରେ ଆତଙ୍କ ମଚାଇଛି | ଦିନ ବେଳା ଦନ୍ତାଟି ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ସ୍ଥାନୀୟ ଅଂଚଳରେ ମଚାଊଛି ଆତଙ୍କ |ଆଜି ସକାଳ ସମୟରେ ମହିଳା ଜଣକ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବା ବେଳେ ମହିଳାଙ୍କୁ କରିଥିଲା ଆକ୍ରମଣ | ଫଳରେ ମହିଳା ଜଣକ ଗୁରୁତର ହୋଇଥିଲେ | ସ୍ଥାନୀୟ ଲୋକେ ମହିଳାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତି କରିଛନ୍ତି ତା ପରେ ମହିଳାଙ୍କୁ ଭୁବନେଶ୍ୱର ଏମସ ହସପିଟାଲକୁ କରାଯାଇଛି ସ୍ଥାନାନ୍ତର | ଖବର ପାଇ ବନ ବିଭାଗର ରେଂଜ୍ ଅଫିସର ଅବନୀ କୁମାର ସାହୁ ମେଡିକାଲରେ ପହଂଚି ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି |

Comments are closed.