୨ ଛୁଆଙ୍କୁ କଚାଡି ଦେଲା ହାତୀ
ଭୁବନେଶ୍ୱର : ଗଜରାଜଙ୍କ ଆତଙ୍କାରେ ବଳି ପଡୁଛନ୍ତି ସାଧାରଣ ଲୋକ । ଦୁଇ ଛୁଆଙ୍କୁ ହାତୀ ଟେକି କଚାଡି ଦେଇଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ଘଟିଛ ସୁନ୍ଦରଗଡ ଜିଲ୍ଲା କୋଇଡା ବନାଞ୍ଚଳର ବଡ଼ଇନ୍ଦୁପୁର ଗ୍ରାମରେ ।
ସୂଚନା ଅନୁସାରେ, କିଛି ଦିନ ହେବ ବଡ଼ଇନ୍ଦୁପୁର ଗ୍ରାମର କାର୍ମୁ ମୁଣ୍ଡାଙ୍କ ପନôୀ ଏବଂ ତିନି ଶିଶୁ ହାତୀ ଭୟରେ ଗ୍ରାମର ଅନ୍ୟଜଣଙ୍କ ଘରକୁ ରାତିରେ ଶୋଇବାକୁ ଚାଲି ଯାଉଛନ୍ତି । ସକାଳ ହେଲେ ସେମାନେ ନିଜ ଘରକୁ ଫେରିଥାନ୍ତି । ଆଜି ସକାଳେ ସେମାନେ ଜଙ୍ଗଲ ବାଟ ଦେଇ ନିଜ ଘରକୁ ଫେରୁଥିବା ବେଳେ ହାତୀ ସେମାନଙ୍କ ସାମ୍ନାକୁ ଆସି ଯାଇଥିଲା । ଏହାଦେଖି ମା’ ଛୁଆ ପ୍ରାଣ ବିକଳେ ଦୌଡିବାକୁ ଲାଗିଲେ ।
ଦୌଡ଼ିବା ବେଳେ ଦୁଇ ଶିଶୁ ତଳେ ପଡିଯିବାରୁ ହାତୀ ଶୁଣ୍ଡରେ ସେମାନଙ୍କୁ ଟେକି କଚାଡି ଦେଇଥିଲା । ଫଳରେ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟଜଣେ ଶିଶୁର ହାତ ଭାଙ୍ଗି ଯାଇଛି । ତୁରନ୍ତ ଦୁଇ ଶିଶୁକୁ କୋଇଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁଇ ସପ୍ତାହରେ ଗୋଠଛଡ଼ା ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଆଜି ସକାଳୁ ଘଟିଛି ଏପରି ଘଟଣା ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।
Comments are closed.