ରାଜ୍ୟରେ ବଢିଲା ବିଦ୍ୟୁତ୍ ଦର, ଜାଣନ୍ତୁ କେତେ?
ଭୁବନେଶ୍ୱର : ରାଜ୍ୟରେ ବଢିଲା ବିଦ୍ୟୁତ ଦର । ବିଦ୍ୟୁତ ଦର ବୃଦ୍ଧିକୁ ନେଇ ଓଇଆରସି ମଞ୍ଜୁରୀ ଦେଇଛନ୍ତି । ୨୦୨୧-୨୨ ପାଇଁ ବିଦ୍ୟୁତ ଦର ଘୋଷଣା ହୋଇଛି, ଯେଉଁଥିରେ କିଲୋୱାଟ ପିଛା ଦର ୩୦ ପଇସା ବଢିଛି । ବର୍ଦ୍ଧିତ ଶୁଳ୍କ ଏପ୍ରିଲ ୪ରୁ ଲାଗୁ କରାଯିବା ନେଇ ସୂଚନା ରହିଛି । ବିପିଏଲ ଓ କୃଷି ଜଳସେଚନ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ମିଟର ରେଣ୍ଟ, ମାସିକ ସର୍ବନିମ୍ବ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି । ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨ ପ୍ରତିଶତ ରିହାତି ମିଳିବ । ଡିଜିଟାଲରେ ସେପେଣ୍ଟ କଲେ ଉଭୟ ଉପଭୋକ୍ତାଙ୍କୁ ରିହାତି ମିଳିବ । ସମସ୍ତ ପ୍ରିପେଡ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ମଧ୍ୟ ୨ ପ୍ରତିଶତ ରିହାତି ରହିଛି । ଏନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
Comments are closed.