ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ – ବିଜୟୀ ଜିଲ୍ଲାପରିଷଦ, ସରପଞ୍ଚ ଓ ସମିତିସଭ୍ୟ

ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନରେ ରହିଥିବା ୭ ଓ ୮ନଂ ଯୋନ ମଧ୍ୟରୁ ଶନିବାର ପ୍ରଥମ ପର୍ଯ୍ୟାୟରେ ୭ନଂ ଯୋନ ଅଧିନରେ ରହିଥିବା ପଞ୍ଚାୟତ ଗୁଡିକର ୮ଟି ପଞ୍ଚାୟତର ସମିତିସଭ୍ୟ,ସରପଞ୍ଚ ଓ ୱାର୍ଡସଭ୍ୟ ଲାଗି ମତ ଗଣନା ହୋଇଥିଲା । ଏଥିରେ ବିଜେଡିର ମୋହିନୀ ନାୟକ ୧୯୦୩୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସର ସସ୍ମିତା ଗୁମାନସିଂହ ୭୩୭୯ ଖଣ୍ଡ ଭୋଟ ପାଇ ପ୍ରତିଦ୍ୱନ୍ଦିତା କରିଥିଲେ । ଅନ୍ୟପଟେ ଏହି ୭ନଂ ଯୋନ ଅଧିନରେ ରହିଥିବା ୮ଟି ପଞ୍ଚାୟତ ଯଥା ଅଙ୍ଗାରପଡା,ବେଣାପଜଂରୀ,ଛତାବର,ଗଙ୍ଗପଡା,ହରିପୁର,ପଦନପୁର,ତିରିମଲ ଓ ତରାବୋଇ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ନାମ ପ୍ରଦତଃ କରାଗଲା । ଯୋନ ୭ ଅଧିନସ୍ଥ ୮ଟି ପଞ୍ଚାୟତର ବିଜୟୀ ପ୍ରାର୍ଥୀ ହେଲେ ଅଙ୍ଗାରପଡା ସରପଞ୍ଚ ମମତା ସାହୁ ଓ ସମିତିସଭ୍ୟା- ସୁମିତ୍ରା ସ୍ୱାଇଁ, ଛତାବର ସରପଞ୍ଚ ବିଷ୍ଣୁ ପ୍ରସାଦ ଡେଙ୍ଗ ଓ ସମିତିସଭ୍ୟ ବ୍ରଜବନ୍ଧୁ ପ୍ରଧାନ । ଗଙ୍ଗପଡା ସରପଞ୍ଚ ସୁଧାସୁଂ ଶେଖର ମହାରଣା ଓ ସମିତିସଭ୍ୟା ବିଜୟଲକ୍ଷ୍ମୀ ସାମନ୍ତରାୟ । ପଦନପୁର ସରପଞ୍ଚ ଅହଲ୍ୟା ନାୟକ ଓ ସମିତିସଭ୍ୟ ପ୍ରିୟରଂଜନ ବେହେରା । ହରିପୁର ସରପଞ୍ଚ ଲକ୍ଷ୍ମିପ୍ରୀୟା ପ୍ରଧାନ ଓ ସମିତିସଭ୍ୟା ଜୟନ୍ତି ଛୋଟରାୟ । ତରାବୋଇ ସରପଞ୍ଚ ନର୍ମଦା ବଳିୟାରସିଂହ ଓ ସମିତିସଭ୍ୟା ଶୁଭଶ୍ରୀ ମହାପାତ୍ର । ବେଣାପଜଂରୀ ସରପଞ୍ଚ ଆରଜୁ ପରବୀନ ଓ ସମିତିସଭ୍ୟ ଶରତ ପାଲଟାସିଂହ । ତିରିମଲ ସରପଞ୍ଚ ପ୍ରସନ୍ନ ଛୋଟରାୟ ଓ ସମିତିସଭ୍ୟ ପ୍ରତାପ କୁମାର ବିଶ୍ୱାଳ ପ୍ରମୁଖ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିଥିବା ଜଟଣୀ ବ୍ଲକ ନିର୍ବାଚନ ଅଧିକାରୀ ସରୋଜ କୁମାର ରାଉତ ସୁଚନା ଦେଇଛନ୍ତି ।

Comments are closed.