ବକ୍ତବ୍ୟରେ ଏମତି କହିଲେ ଏକନାଥ ଶିନ୍ଦେ

ମୁମ୍ବାଇ : ଏକନାଥ ଶିନ୍ଦେ ସୋମବାର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ବକ୍ତବ୍ୟ ରଖିଛନ୍ତି। ଭାଜପା ସହ ମିଶି ସରକାର ଗଢ଼ିବା ପାଇଁ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ସ୍ବପ୍ନ ପୂରଣ ହୋଇଥିବା ଶିନ୍ଦେ କହିଛନ୍ତି। ସେ ଆହୁରି କହିଥିଲେ, ଗତ ୨୦ ଦିନରେ ଘଟିଥିବା ଘଟଣାକୁ ନେଇ କୌଣସି ବିଧାୟକ ପ୍ରଶ୍ନ କରି ନ ଥିଲେ। ମୋତେ କିପରି ବ୍ୟବହାର ମିଳୁଥିଲା ସେ ନେଇ ସେମାନେ ସମସ୍ତେ ଅବଗତ। ଦୀର୍ଘଦିନ ଧରି ତାଙ୍କୁ ଅଣଦେଖା କରାଯାଇଥିଲା। ଏହି ସମୟରେ ସେ କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ। କହିଥିଲେ, ପୂର୍ବର ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟବେଳେ ସେ ପ୍ରାୟ ମୁଖ୍ୟମନ୍ତ୍ରୀ ହୋଇସାରିଥିଲେ।

ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଯିବାରୁ ତାଙ୍କୁ ଏବଂ ପରିବାରକୁ ଧମକ ମିଳୁଥିଲା। ସେମାନେ ମୋ ପରିବାର ଉପରେ ଆକ୍ରମଣ କରିଥିଲେ। ଡଙ୍ଗାବୁଡ଼ିରେ ଦୁଇ ସନ୍ତାନଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ବହୁତ ଭାଙ୍ଗିପଡ଼ିଥିଲି। ଶିବସେନାର ଆଦର୍ଶ ଆନନ୍ଦ ଦିଘେ ତାଙ୍କ ସହ ଛିଡ଼ା ହୋଇଥିଲେ’ ବୋଲି ଶିନ୍ଦେ ଭାବବିହ୍ବଳ ହୋଇ କହିଥିଲେ।

Comments are closed.