ମହାରାଷ୍ଟ୍ର ସରକକାରକୁ ନେଇ ଏମିତି କହିଲେ ଏକନାଥ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏକନାଥ ସିନ୍ଧେ ତାଙ୍କର ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଧାନସଭା ବାଚସ୍ପତି ନିର୍ବାଚନରେ ଭାଜପା ନେତା ରାହୁଲ ନିର୍ବେକର ଜିତିଛନ୍ତି। କିନ୍ତୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ସିନ୍ଧେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ଏକ ବଡ଼ ମନ୍ତବ୍ୟ ଦେଇଥିଲେ।
ବିଧାନସଭାର ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଭାବରେ ଏଠାରେ ପହଞ୍ଚିଥିବା ଏକନାଥ ସିନ୍ଧେ କହିଛନ୍ତି ଯେ, ଏହି ସରକାର ହେଉଛି ଶିବସେନା ଏବଂ ଭାଜପା ମେଣ୍ଟ ସରକାର। ହିନ୍ଦୁତ୍ୱ ବିଷୟରେ ବାଲାସାହେବଙ୍କ ଧାରଣାକୁ ନେଇ ଏହି ସରକାର ଆଗକୁ ବଢୁଛି। ଉଦ୍ଧବ ଶିବିରର କିଛି ଲୋକ ଦାବି କରୁଥିଲେ ଯେ ମୋର କିଛି ସାଥୀ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ମୁଁ ସେମାନଙ୍କୁ କହିଲି ତୁମେ ମୋତେ ନାଁ ଦିଅ, ମୁଁ ସେମାନଙ୍କୁ ବିମାନରେ ପଠାଇବି। କୌଣସି ବିଧାୟକଙ୍କୁ ଜବରଦସ୍ତି ମୋ ଟିମ୍‌କୁ ଆଣି ନାହିଁ।

Comments are closed.