ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଇଡି ସମନ୍

ନୂଆଦିଲ୍ଲୀ:ପ୍ରବର୍ତ୍ତନ ନିର୍ଦେଶାଳୟ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସମନ୍‌ ଜାରି କରିଥିବା ଆଜି ଜାତୀୟସ୍ତରୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟରେ ପହଞ୍ଚିବା ପାଇଁ ଉକ୍ତ ସମନ୍‌ରେ ଉଲ୍ଲେଖ ଅଛି।

ଉପରୋକ୍ତ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ସୋରେନ୍‌ଙ୍କ ସହଯୋଗୀ ପଙ୍କଜ ମିଶ୍ରାଙ୍କୁ ଗିରଫ କରି ସାରିଛି। ପଙ୍କଜ ମିଶ୍ରାଙ୍କ ସହିତ ସମ୍ପୃକ୍ତ ଥିବା ୧୮ଟି ସ୍ଥାନ ଏବଂ ତାଙ୍କର ବ୍ୟାବସାୟିକ ସହଯୋଗୀମାନଙ୍କ ପ୍ରତିଷ୍ଠାନ ଉପରେ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଜୁଲାଇ ୮ ତାରିଖ ଦିନ ଚଢ଼ଉ କରିଥିଲା।ମାର୍ଚ ମାସରେ ମିଶ୍ରା ଏବଂ ଅନ୍ୟମାନଙ୍କ ନାମରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ ‘ପ୍ରଭେନ୍‌ସନ୍‌ ଅଫ୍‌ ମିନି ଲଣ୍ଡରିଙ୍ଗ୍‌ ଆକ୍ଟ’ (ପିଏମ୍‌ଏଲ୍‌ଏ) ଅନୁସାରେ ମାମଲା ରୁଜୁ କରିବା ପରେ ଚଢ଼ଉ ଆରମ୍ଭ ହୋଇଥିଲା। ଅଭିଯୋଗ ଥିଲା, ମିଶ୍ରା ବେଆଇନ ଭାବେ ବିପୁଳ ସମ୍ପତ୍ତି କରାୟତ୍ତ କରିଛନ୍ତି। ସେ ପ୍ରାୟ ୪୨ କୋଟି ଟଙ୍କାର ସମ୍ପତ୍ତି ‌ହାତେଇ ଥିବା ଏବେ ସୁଦ୍ଧା ଜଣାପଡ଼ିଛି।

Comments are closed.