ଭୁବନେଶ୍ୱରରେ ଚାଲିବ ଇ-ବସ

ଭୁବନେଶ୍ୱର :ଦେଶରେ ଅନ୍ୟ ମେଟ୍ରୋ ସିଟି ପରି ରାଜଧାନୀରେ ଗଡିବ ଇ-ବସ । ଏହାର ଟ୍ରାଏଲ ରନ ସଫଳ ହୋଇଛି । ଏହି ଗାଡି ଚାଲିବା ଦ୍ୱାରା ପରିବେଷ ପ୍ରଦୂଷଣ ହେବ ନାହିଁ । ଆରାମଦାୟକ ଯାତ୍ରା ସହ ତ୍ୱରିତ ସେବା ଯୋଗାଇବ ଏହି ଇ-ବସ । କ୍ରୁଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କ୍ରୁଟ ପକ୍ଷରୁ ପିପିପି ମୋଡରେ ୧୦ଟି ଇ-ବସ୍ ଟ୍ରାଏଲ ରନରେ ସାମିଲ ଥିଲେ ।  ଜୁନ ୩୦ରୁ ପରୀକ୍ଷାମୂଳକ ଭାବେ ଗଡିଥିଲା । ବିନାଯାତ୍ରୀରେ ବସ ଡିପୋରୁ ବାହାରି ରାଜଧାନୀରେ ଗଡିଥିଲା । ପ୍ରାୟ ୨୫  ଦିନ ପରୀକ୍ଷା ଚାଲିବା ପରେ ଏହା ସଫଳ ହୋଇଥିଲା  ଘୋଷଣା କରିଛି କ୍ରୁଟ ।

ଆଗାମୀ ଦିନରେ ଆହୁରି ଅଧିକ ବସ ଆଣିବ ବୋଲି କ୍ରୁଟ ସୂଚନା ଦେଇଛି । ବର୍ତ୍ତମାନ ଚନ୍ଦ୍ରଶେଖରପୁରରେ ଗୋଟାଏ ଚାଜିଂ ଟେସନ ରହିଛି । ଥରେ ଚାଜିଂ ହେଲେ ବସ ୧୨୦ କିମି ଚାଲିବାର କ୍ଷମତା ରହିଛି ।

Comments are closed.