ମଣିଷର ଇଚ୍ଛା ଏମିତି ବି ଥାଏ
ଦୁନିଆଁରେ ଲୋକଙ୍କର ଅଜବ ଅଜବ ସଉକ ଦଖିବାକୁ ମିଳେ । ନିଜକୁ ନିଜ ଇଚ୍ଛା ମୁତାବକ ବଦଳାଇବାକୁ ଚାହାଁନ୍ତି କିଛି ଲୋକ । ହେଲେ ମଣିଷ ନିଜକୁ କୁକୁର କରିବାକୁ ଚାହୁଁଥିବା କେବେ ଶୁଣିଛନ୍ତି ଏପରି ଘଟିଛି ଜାପାନରେ । ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏହି ଖବର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏଠିକାର ଜଣେ ବ୍ୟକ୍ତି ନିଜକୁ କୁକରରେ ପରିଣତ କରିଛନ୍ତି ଆଉ ସେଥିପାଇଁ ଖର୍ଚ୍ଚ କରିଛନ୍ତି ୧୧ ଲକ୍ଷ ଟଙ୍କା ।
ଆଗକୁ ପଢନ୍ତୁ..
ମଞ୍ଚରେ ଷ୍ଟାଲିନ ଉଠାଇଲେ ତାମିଲ ଭାଷା ପ୍ରସଙ୍ଗ । ଦେଶ ସେବା ପାଇଁ ଅଭିଳାଷା ବରାକ ଛାଡିଲେ ବିଦେଶର ଦାମୀ ଚାକିରି । ତେବେ ଜାପାନର ଏହି ବ୍ୟକ୍ତି ଜଣକ କୁକରର ଜୀବନ ବଞ୍ଚିବାକୁ ଇଚ୍ଛା କରିଥିଲେ । ତେଣୁ ସେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି କୁକୁରରେ ବଦଳିଛନ୍ତି । ଏହା ଶୁଣିବା ପରେ ଆପଣଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଆସିବା ସ୍ୱାଭାବିକ । ହେଲେ ତୋକୋ ନାମକ ଏହି ବ୍ୟକ୍ତିଙ୍କର ଭିଡିଓ ଜାପାନୀ ଟ୍ୱିଟର “ଅତରକ୍ଟ୍ରକ୍ଟ୍ରରଗ୍ଧ ଔଚ ଆଇଡିରେ ଦେଖିପାରିବେ । ତାଙ୍କ ରୂପ ଦେଖି ଅନେକ ଲୋକ ଅଶ୍ଚର୍ଯ୍ୟ ହୋଇଥିଲେ । ସେ କୁହନ୍ତି ଯେ, ସେ ପିଲା ଦିନରୁ ପଶୁମାନଙ୍କ ଜୀବନ ବଞ୍ଚିବାକୁ ଚାହୁଁଥିଲେ । ଏବଂ କୁକୁରଙ୍କ ପ୍ରତି ତାଙ୍କର ଅହେତୁକ ଭଲପାଇବା ଥିଲା । ତେଣୁ ସେ ନିଜର ରୂପ ବଦଳାଇବା ପାଇଁ ସ୍ୱତନ୍ତ୍ର ୱାର୍କସପ୍କୁ ଯାଇ ନିଜ ପାଇଁ ଏକ ଅଲ୍ଟ୍ରା ବାସ୍ତବ କୁକୁର ପୋଷାକ ତିଆରି କରିବାକୁ ବରାଦ ଦେଇଥିଲେ । ଏହାକୁ ପିନ୍ଧିବା ପରେ କୌଣସି ମଣିଷ ତାଙ୍କୁ ଚିହ୍ନିପାରିବା ମୁସ୍କିଲ । ସେ ପୁରାପୁରି ଏକ କୁକର ଭଳି ଦେଖାଯାଉଛନ୍ତି ।
Comments are closed.