ପୂଜାରେ କାହିଁକି ଶଙ୍ଖ ବଜାଯାଇଥାଏ, ଜାଣିଛନ୍ତି କି

ଆମେ କାହିଁକି ପୂଜାରେ ପୂଜାରେ ଶଙ୍ଖ ବଜାଇବାର କ’ଣ ଧାର୍ମିକ ମାନ୍ୟତା ରହିଛି । ଆସନ୍ତୁ ଜାଣିବା ଶଙ୍ଖ ବଜାଇବା ପଛରେ କ’ଣ ରହିଛି ଧାର୍ମିକ ଓ ବୈଜ୍ଞାନିକ ମାନ୍ୟତା ।
ଧାର୍ମିକ ମାନ୍ୟତା
ସନାତନ ଧର୍ମରେ ଶଙ୍ଖ ନାଦକୁ ଅତ୍ୟନ୍ତ ପବିତ୍ର ମନାଯାଇଥାଏ । ତେଣୁ ପୂଜାପାଠ,ଉତ୍ସବ,ଯଜ୍ଞ,ବିବାହ ଆଦି ଶୁଭ କାର୍ଯ୍ୟରେ ଶଙ୍ଖ ବଜାଇବା ଶୁଭ ହୋଇଥାଏ । ମନ୍ଦିରରେ ମଧ୍ୟ ସକାଳେ ସନ୍ଧ୍ୟାରେ ଶଙ୍ଖ ବଜା ଯାଇଥାଏ । ମାନ୍ୟତା ଯେ ଏହାର ଶବ୍ଦରେ ଦୁଷ୍ଟ ଓ ନକରାତ୍ମକ ଶକ୍ତି ଚାଲିଯାଇଥାଏ । ବାତାବରଣରେ କେବଳ ଶୁଦ୍ଧ ଓ ଧନାତ୍ମକ ଶକ୍ତି ରହିଯାଇଥାଏ ।

ବୈଜ୍ଞାନିକ ମହତ୍ୱ
ବୈଜ୍ଞାନିକ ମହତ୍ୱ ଅନୁଯାୟୀ ଶଙ୍ଖ ଫୁଙ୍କିବା ଦ୍ୱାରା ଏହାର ଧ୍ୱନୀ ଯେତେ ଦୂର ଯାଇଥାଏ, ସେ ପର୍ଯ୍ୟନ୍ତ ରୋଗ ସଂକ୍ରମଣ କରୁଥିବା କୀଟାଣୁ ଧ୍ୱନୀ ଦ୍ୱାରା ମରିଯାଇଥାନ୍ତି । ଏମିତିରେ ଯଦି ସବୁଦିନ ଶଙ୍ଖ ବଜାଯାଏ, ବାତାବରଣ କୀଟାଣୁ ମୁକ୍ତ ହୋଇଥାଏ ।

ବର୍ଲିନ ବିଶ୍ୱବିଦ୍ୟାଳୟରେ ଶଙ୍ଖ ଧ୍ୱନୀ ଉପରେ ଗବେଷଣା କରାଯାଇ କୁହାଯାଇଛି ଯେ ଏହାର ଶବ୍ଦ ତରଙ୍ଗ କୀଟାଣୁ ମାରିବାର ଉତ୍ତମ ଔଷଧ ଅଟେ । ଏହାଛଡ଼ା ଶଙ୍ଖ ବଜାଇବା ଦ୍ୱାରା ଫୁସଫୁସ ମଜବୁତ ହେବା ସହ ଶ୍ୱାସ ସମ୍ବନ୍ଧୀୟ ରୋଗରୁ ମୁକ୍ତ ହୋଇଥାନ୍ତି ।

ପୂଜାସ୍ଥଳରେ ଶଙ୍ଖରେ ଜଳ ରଖି ପରେ ଏହାକୁ ବ୍ୟକ୍ତିଙ୍କ ଉପରେ ସିଞ୍ଚନ କରାଯାଏ । ଏହାଦ୍ୱାରା କୀଟାଣୁ ନାଶ ହୋଇଥାଏ । କାରଣ ଶଙ୍ଖରେ ଗନ୍ଧକ, ଫସଫରସ ଓ କ୍ୟାଲସିୟମ ମାତ୍ରା ରହିଥାଏ । ଯାହା ଜଳକୁ ଜୀବାଣୁ ମୁକ୍ତ କରିଥାଏ । ଏହି କାରଣରୁ ପଶ୍ଚିମବଙ୍ଗରେ ମହିଳା ଶଙ୍ଖ ଚୁଡ଼ି ପିନ୍ଧିଥାନ୍ତି ।

Comments are closed.