ଆପଣ ମହୁ ଓ ରସୁଣ ଖାଉଛନ୍ତି କି ? ଜାଣନ୍ତୁ କଣ ମିଳେ ଲାଭ

ମହୁ ଓ ରସୁଣକୁ ଏକତ୍ରିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ। ତେବେ ପ୍ରଥମେ ଜାଣନ୍ତୁ କିଭଳି ଏହାକୁ ସେବନ କରିବେ ଓ ଏହାର ସ୍ୱାସ୍ଥ୍ୟ ଉପକାରୀ କିି କି ଗୁଣ ରହିଛି..
ରସୁଣର ଚୋପା ଛଡାଇ ଅଳ୍ପ ଛେଚି ଦିଅନ୍ତୁ। ଏବେ ଏଥିରେ ମହୁ ମିଶାଇ। ମହୁ ଭଲ ଭାବେ ମିଶିଗଲେ ଏହାର ସେବନ କରନ୍ତୁ..
ମାତ୍ର ସକାଳେ ଖାଲି ପେଟରେ ଏହାର ସେବନ କରନ୍ତୁ।
ଏହାର ସେବନ ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଯେକୌଣସି ପ୍ରକାର ସଂକ୍ରମଣରୁ ଏହା ଶରୀରକୁ ରକ୍ଷା କରିଥାଏ।
ରସୁଣ ଓ ମହୁ ଉଭୟ ଶରୀରରେ କୋଲେଷ୍ଟେରୋଲ୍‍ ସ୍ତରକୁ ନିୟନ୍ତ୍ରଣ କରିଥାଏ।
ଏଥିରେ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ଥିବାରୁ ଗଳା ଯନ୍ତ୍ରଣା,କୁଣ୍ଡାଇ ହେବା ଭଳି ବିିଭିନ୍ନ ସମସ୍ୟା ଦୂର କରିଥାଏ।
ଥଣ୍ଡା,କାଶରୁ ରକ୍ଷା ପାଇବା ପାଇଁ ମଧ୍ୟ ଏହାର ସେବନ କରିପାରିବେ।

Comments are closed.