ଆପଣ ତୁଳସୀ ଚା ପିଉଛନ୍ତି କି ? ଜାଣନ୍ତୁ ପିଇଲେ କଣ ମିଳେ ଲାଭ

ଆମେ ସବୁ ବେଳେ ସକାଳେ ସନ୍ଧ୍ୟାରେ ଚା ପିଇବା ପାଇଁ ବହୁତ୍ ଲୋକ ପସନ୍ଦ କରିଥାନ୍ତି । କାହାର ଇଚ୍ଛା ଅନୁସାରେ କିଏ କ୍ଷୀର ଚା ପିଇବା ପାଇଁ ପସନ୍ଦ କରନ୍ତି ତ୍ ଆଉ କିଏ କାଲି ଚା ପିଇବା ପାଇଁ ପସନ୍ଦ କରନ୍ତି ।କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଚା ବିଷୟରେ କହିବୁ ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ । ଯେପରି ଘରେ ତୁଳସୀ ରଖିବାର ଅନେକ ଫାଇଦା ରହିଛି, ସେହିପରି ତୁଳସୀ ଚା’ ପିଇବା ଦ୍ୱାରା ମଧ୍ୟ ଶରୀରକୁ ଅନେକ ଲାଭ ମିଳିଥାଏ। କାହିଁକି ନା, ତୁଳସୀରେ ରହିଛି ଆଣ୍ଟି ଭାଇରସ୍, ଆଣ୍ଟି ଫଙ୍ଗଲ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇନ୍‌ଫ୍ଲାମେଟୋରୀ, ଭିଟାମିନ୍ ଏ, ଭିଟାମିନ୍ ସି, ଫସ୍‌ଫରସ୍‌, କ୍ୟାଲସିୟମ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ। ତୁଳସୀ ଆମକୁ ଅନେକ ସମସ୍ୟାରୁ ଦୂରେଇ ରଖୁ ଥିବାରୁ ଏହାର ଚା’ ପିଇବାକୁ ସାଧାରଣତଃ ପରାମର୍ଶ ଦିଆଯାଇଥାଏ।

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ତୁଳସୀ ଚା’ ବହୁତ ଲାଭଦାୟକ ହୋଇଥାଏ। ଆଜିକା ସମୟରେ ଅନେକ ଲୋକ ଭୁଲ ଖାଦ୍ୟପେୟର ଅଭ୍ୟାସ ହେତୁ ନାନା ଅସୁବିଧା ଭୋଗୁଛନ୍ତି। ଏଭଳି ସ୍ଥିତିରେ ତୁଳସୀ ଚା’ ଆପଣଙ୍କୁ ସାହାଯ୍ୟ କରି ପାରିବ। ଏହି ଚା’ ସେବନ ଦ୍ୱାରା ନା କେବଳ ମଳତ୍ୟାଗ ପ୍ରକ୍ରିୟା ସହଜ ହୋଇଥାଏ, ବରଂ ଗ୍ୟାସ, ଡାଇରିଆ, ପେଟରେ କ୍ରାମ୍ପିଙ୍ଗ୍, କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ଆରାମ ମିଳିଥାଏ।

ଭଲ ନିଦ ପାଇଁ ପିଅନ୍ତୁ ତୁଳସୀ ଚା’
ଭଲ ନିଦ ପାଇଁ ତୁଳସୀ ଚା’ ବହୁତ ଉପଯୋଗୀ ହୋଇଥାଏ। ଆଜିକାଲି ଲୋକମାନେ ଚାପ ଏବଂ ଭୁଲ ଜୀବନଶୈଳୀ ଯୋଗୁ ନିଦ୍ରାହୀନତାର ସମ୍ମୁଖୀନ ହେଉଛନ୍ତି। ଏମିତିରେ ଆପଣ ଭଲ ନିଦ ପାଇଁ ତୁଳସୀ ଚା’ ପିଇ ପାରିବେ। ଅନ୍ୟ ଚା’ ବଦଳରେ ଯଦି ଆପଣ ତୁଳସୀ ଚା’ ପିଇବେ, ତ ବହୁତ ଫାଇଦା ମିଳି ପାରିବ।

ତୁଳସୀ ଚା’ ପିଇବାର ଫାଇଦା
-ଥଣ୍ଡା, କାଶ ଏବଂ ଅସ୍ଥମା ଭଳି ଶ୍ୱାସ ସମ୍ବନ୍ଧୀୟ ରୋଗ ପାଇଁ ତୁଳସୀ ଚା’ ଲାଭକାରୀ ହୋଇଥାଏ। ଏହା କାଶରୁ ମୁକ୍ତି ଦେଇଥାଏ, ଯାହାଫଳରେ ନିଃଶ୍ୱାସ ନେବାରେ ସହଜ ଅନୁଭବ ହୋଇଥାଏ।

-ନିୟମିତ ତୁଳସୀ ଚା’ ପିଇବା ଦ୍ୱାରା ଶରୀରରେ ସୁଗାର ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଡାଇବେଟିଜ୍ ରୋଗୀଙ୍କ ପାଇଁ ଏହି ଚା’ ଅତ୍ୟନ୍ତ ଲାଭକାରୀ।

-ପ୍ରତ୍ୟେକ ଦିନ ଏହି ଚା’ ପିଇବା ଦ୍ୱାରା ଇମ୍ୟୁନ ସିଷ୍ଟମ ମଜଭୁତ୍‌ ହୋଇଥାଏ, ଯଦ୍ଦ୍ଵାରା ଆପଣ ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇ ପାରନ୍ତି।

Comments are closed.