ସେଲଫି ହେଲା କାଳ, ଇଦରେ ଗଲା ଜୀବନ
ଇଦ ପର୍ବକୁ ଉପଭୋଗ କରି କିଛିଟା ମୁହୂର୍ତ୍ତ କ୍ୟାମେରାରେ ସାଇତି ରଖିବାକୁ ଚାହୁଁଥିଲା ୧୩ ବର୍ଷର ଛୋଟ ପିଲାଟି, ପରନ୍ତୁ ସେଲଫି ଉଠାଇବା ସମୟରେ ମୌସୁମୀ ପ୍ରଭାବ ଯୋଗୁଁ ସୃଷ୍ଟି ହୋଇଥିବା ବାତ୍ୟାର ସମ୍ମୁଖୀନ କରି ନ ପାରି ମୃତ୍ୟୁକୁ ଆପଣେଇଥିଲା । ଘଟଣାଟି ଘଟିଛି ମୁମ୍ବାଇ ମାରିନ୍ ଡ୍ରାଇଭ ସମୁଦ୍ର ତଟରେ । ଯେଉଁଠିକି,୧୩ ବର୍ଷର ଅଲତବ୍ ଶାଏଦ୍ ଶୈଖ୍ ନାମକ ଏକ ପିଲା ଇଦର ମଜାନେବା ପାଇଁ ସାଙ୍ଗସାଥୀଙ୍କ ଗହଣରେ ବୁଲି ସେଲଫି ନେଉଥିଲେ । ସେଠାରେ ମୌସୁମୀର ପ୍ରଭାବରେ ସମୁଦ୍ର ମଧ୍ୟରେ ବଡ ବଡ ଜୁଆରମାନ ସୃଷ୍ଟିହୋଇ କୂଳରେ ଥିବା ବ୍ୟକ୍ତିଙ୍କୁ ଦୋହଲାଇ ଦେଉଥାଏ । ପୋଲିସର କହିବାନୁସାରେ, ସେହି ବିପଦପୂର୍ଣ୍ଣ ଅବସ୍ଥାରେ ପିଲାଟି ଦୂରକୁ ଯାଇ ସେଲଫି ଉଠାଉଥିବା ବେଳେ ଜୁଆର ସ୍ରୋତକୁ ସାମ୍ନା କରି ନପାରି ଭାସିଯାଇଥିଲେ । ନିକଟରେ ଥିବା ସାଙ୍ଗସାଥୀ ବି ରକ୍ଷାକରି ପାରି ନ ଥିଲେ ବନ୍ଧୁକୁ । ପରେ ମୃତ ଦେହକୁ ଉଧାର କରିଛି ବ୍ୟବଛେଦ ପାଇଁ ପଠାଇଛି ପୋଲିସ ।
Comments are closed.