ସୀମରନଙ୍କ ମୃତ ଦେହ ଉଦ୍ଧାର

ରାଜକନିକା(ପ୍ରଣୟ ନାୟକ) : ରାଜକନିକାରେ ଗତ ପଣା ସଂକ୍ରାନ୍ତିରେ ସମସ୍ତେ ବ୍ୟସ୍ତ ଥିବାବେଳେ, ଏକ ଅଭାବନୀୟ ଘଟଣା ସାରା ବ୍ଲକରେ ଆଲୋଡନ ସୃଷ୍ଟି କରିଛି | ରାଜକନିକା, ଚାନ୍ଦବାଲିକୁ ସଂଯୋଗ କରୁଥିବା ବୈତରଣୀ ସେତୁ ଉପରୁ କଲେଜ ଛାତ୍ରୀ ସୀମରଣ ଜେନା ଡେଇଁ ପଡ଼ିଥିଲେ | ଛାତ୍ରୀଙ୍କ ଘର ହେଉଛି ଧାମରା ଥାନା ଅନ୍ତର୍ଗତ ଜାଗୁଳାଇ ଗ୍ରାମରେ, ସେ ନିଜ ମାମୁଁଙ୍କ ଘର ବୁରୁଡିଆରେ ରହି କଲେଜରେ ପଢୁଥିଲେ | ଗୁରୁବାର ସକାଳ 11ଟା ସମୟ ରେ କମ୍ପ୍ୟୁଟର କ୍ଲାସ କରିବା ପାଇଁ ଚାନ୍ଦବାଲି ଯାଉଥିବା ସମୟରେ ବୈଇତରଣୀ ସେତୁ ଉପରୁ ସାଇକେଲ, ବ୍ୟାଗ ରଖିଦେଇ ନଦୀ କୁ ଡେଇଁ ପଡିବା ପାଖରେ ଦେଖିଥିବା ଲୋକମାନେ କହିଥିଲେ | ରାଜକନିକା ଅଗ୍ନିଶମ ବାହିନୀ, ଚାନ୍ଦବାଲି ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ଛାତ୍ରୀଙ୍କ ପତା ମିଳିନ ଥିଲା | ତେବେ ଆଜି ଅପରାହ୍ନ 4ଟା ସମୟରେ ଛାତ୍ରୀଙ୍କ ମୃତ ଶରୀର ଅଗ୍ନିଶମ ବାହିନୀ ଉଦ୍ଧାର କରିଛି | ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବଦ କରିବା ସହ ବ୍ୟବଛେଦ ପାଇଁ ପଠାଇଦେଇଛନ୍ତି | ତେବେ ଛାତ୍ରୀ ଜଣକ କାହିଁକି ଏହିପରି ପଦେକ୍ଷପ ନେଲେ ତାହା ଅସ୍ପଷ୍ଟ ରହିଛି |

Comments are closed.