ପାରିବାରିକ କଳହ , ବେକରେ ରଶି ଲଗାଇ ସ୍ୱାମୀର ମୃତ୍ୟୁ !!
ବସ୍ତା(ଲଷ୍ମୀଧର ପ୍ରଧାନ) : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମରେ ଘଟିଛି ଅଘଟଣ , ପାରିବାରିକ ସମସ୍ୟାକୁ ନେଇ ଗ୍ରାମର ଜଣେ 45 ବର୍ଷିୟ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଗ୍ରାମର ବାବୁଧର ବେହେରା ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଏହାକୁ କେନ୍ଦ୍ର କରି ବାବୁଧର ଭୋର ସମୟରେ ଘର ବାହାରେ ଥିବା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଅପରପଟେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।
Comments are closed.