ନଦୀରେ ବୁଡି ଚାଲିଗଲା ୪ଜୀବନ
ରାଉରକେଲା: ରାଉରକେଲା ଝିରପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ୪ ଭାଇ ବୁଡ଼ିଯାଇଛନ୍ତି । ସମସ୍ତ ମୃତଦେହ ଉଦ୍ଧାର ହୋଇଛି । ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ ଶବ ହୋଇ ଫେରିଲେ । ଗତକାଲି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ସକାଳୁ ନିଖୋଜ ରୋନକ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ୪ ଭାଇ ଦୁଇଟି ପରିବାରର ସଦସ୍ୟ । ସମସ୍ତେ ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ହୋଇଥିବାବେଳେ ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ରାଉରକେଲା ଆସିଥିଲେ ।
ଗତକାଲି ଆଳୁ ଚୋପା ଛଡ଼ାଇବାକୁ ଘର ଲୋକ କହିବାରୁ ୪ ଜଣ କାହାକୁ ନଜଣାଇ ନଦୀ କୂଳକୁ ପଳାଇ ଆସିଥିଲେ । ସେଠାରେ ଗାଧୋଇବା ସମୟରେ ସମସ୍ତେ ବୁଡ଼ି ଯାଇଥିଲେ । ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ବିଳମ୍ବିତ ରାତି ପର୍ୟ୍ୟନ୍ତ ଖୋଜାଖୋଜି ପରେ ଆଜି ସକାଳୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍ ।
Comments are closed.