ନଈକୁ ଶୌଚ ପାଇଁ ଯାଇଥିବା ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
ଖୋର୍ଦ୍ଧା(ରାକେଶ କୁମାର ଜଗଦେଵ) : ନଈକୁ ଶୌଚ ପାଇଁ ଯାଇଥିବା ଜେଜେମା ଓ ନାତୁଣୀଙ୍କ ପ୍ରାଣହାନୀ, ଏଭଳି ଏକଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମରେ । ନଈକୁ ଶୌଚ ପାଇଁ ଯାଇଥିବା ବେଳେ ଜେଜେମା ଓ ନାତୁଣୀ ପ୍ରାଣ ହରାଇଛନ୍ତି।ଖବର ମୁତାବକ ଶ୍ରୀନିବାସପୁର ଗ୍ରାମର ସ୍ବର୍ଗତ ତ୍ରିନାଥ ନାୟକଙ୍କ ପତ୍ନୀ କମା ନାୟକ (୫୫) ଏବଂ ତାଙ୍କ ନାତୁଣୀ ବେବି ନାୟକ (୫) ଆଜି ସଂନ୍ଧ୍ୟାରେ ଶୌଚ ପାଇଁ ସ୍ଥାନୀୟ ଶାଳିଆ ନଈକୁ ଯାଇଥିଲେ। ତେବେ କିଛି ସମୟ ପରେ ସ୍ଥାନୀୟ ଲୋକ ଉଭୟଙ୍କୁ ନଦୀ ହୁଡ଼ାରେ ଅଚେତ ହୋଇ ପଡିଥିବାର ଦେଖିବାକୁ ପାଇଥିଲେ।ସଙ୍ଗେ ସଙ୍ଗେ ଗ୍ରାମର ଜଣେ ବ୍ୟକ୍ତି ନଦୀକୁ ଯିବା ସମୟରେ ତାଙ୍କୁ ପାଣିରେ କରେଣ୍ଟ ମାରିଥିବାର କହିଥିଲେ। ତେବେ ଗ୍ରାମବାସୀ ଉଭୟଙ୍କୁ ତୁରନ୍ତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ଲାଗିରହିଥିବା ବେଳେ ଡାକ୍ତର ବାଣପୁର ପୋଲିସକୁ ସୂଚନା ଦେଇଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟର ପ୍ରକୃତ କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି।
Comments are closed.