ନିଶାସକ୍ତ ବାପର କଟୁରୀ ଚଟରେ ପୁଅ ମୃତ
ଦେବଗଡ଼(ଅରୂପାନନ୍ଦ ନାୟକ) : ବୁଝିଲାନି ବାପା ଓ ପୁଅର ସଂପର୍କ । ନିଶାସକ୍ତ ଅବସ୍ଥାରେ ବାପର କଟୁରି ଚୋଟରେ ପୁଅର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ। ମୃତକ ଜଣକ ହେଲେ ଗୋଲବଦନ ପାତ୍ର(୩୨)।
ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ଓ ତାଙ୍କର ପୁଅ ଗୋଲବଦନଙ୍କ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ବଚସା ହୋଇଥିଲା । ତେବେ ନିଶାସକ୍ତ ଅବସ୍ଥାରେ ଥିବା ବାପା ମୁଚି ତାଙ୍କର ପୁଅ ଗୋଲବଦନକୁ ଏକ କଟୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ କଟୁରୀ ଚୋଟରେ ଗୋଲବଦନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲl ll
Comments are closed.