ପ୍ରେମିଯୁଗଳଙ୍କ ଆତ୍ମହତ୍ୟା !!

ଅନଗୁଳ(ଶ୍ୱେତ ରଥ) : ଆଠମଲ୍ଲିକ ବ୍ଲକ କିଆକଟା ଥାନା ବରଡାକଟା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ପ୍ରାପ୍ତ ସୂଚନା ଅନୁସାରେ ବରଡ଼ାକଟା ଗ୍ରାମର ଯୁବକ ମାନସ କ୍ଷେତୀ (23) ମିଲି ପାଢ଼ୀ (20) ଉଭୟ ଉଭୟଙ୍କୁ ଭଲ ପାଉଥିଲେ।ମିଲି ପାଢ଼ୀଙ୍କର ବାହାଘର ଠିକ ହୋଇଯାଇ ଥିବାରୁ ଉଭୟ ଆତ୍ମହତ୍ୟା କରିଥିବା ଦେଖା ଯାଇଛି।ମାନସ ଙ୍କ ଘର ବରଡାକଟା ଗ୍ରାମ ରେ ହୋଇଥିବା ବେଳେ ମିଲି ଙ୍କ ଘର ବୌଦ୍ଧ ଜିଲ୍ଲା ର ବଗିଚା ସାହି ରେ। ମିଲି ନିଜ ମାମୁଁ ଘର ବରଡ଼ାକଟା ଗ୍ରାମ ରେ ରହି ପାଠ ପଢୁଥଲେ। ଅଜା ଙ୍କ ଅନୁପସ୍ଥିତ ର ସୁଯୋଗ ନେଇ ଗତକାଲି ରାତିରୁ ଉଭୟ ଫେରାର ଥିଲେ। ଆଇ ଓ ତାଙ୍କ ପରିବାର ରାତି ରେ ବହୁ ଖୋଜା ଖୋଜି ପରେବି କୌଣସି ସନ୍ଧାନ ପାଇନଥିଲେ। ଆଜି ଦିନ 11 ଟା ସମୟରେ ମେଣ୍ଢା ଚରାଳି ବନ୍ଧ ରେ ମେଣ୍ଢା ଙ୍କୁ ପାଣି ପିଆଇ ଫେରୁଥିବା ବେଳେ ଉଭୟଙ୍କୁ ବନ୍ଧ ପାଖ ଏକ ମହୁଲ ଗଛରେ ରଶି ଲଗାଇ ଝୁଲୁ ଥିବାର ଦେଖି ଗାଁ ରେ ଖବର ଦେଇଥିଲେ । ଘଟଣା ସ୍ଥଳରେ କିଆକଟା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟ ଙ୍କ ଶବ ଓହ୍ଲା ହୋଇନଥିଲା କି କୌଣସି ମାମଲା ଲେଖା ହୋଇନଥିଲା | ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଓହ୍ଲା ହେବବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.