ପୁଣି ବଢିଲା ମାଟ୍ରିକ୍ ଫର୍ମ ପୂରଣର ଅବଧି

ଭୁବନେଶ୍ୱର,୧୦ ।୨: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପାର୍ଷିକ ପରୀକ୍ଷା ଫର୍ମ ପୂରଣ ଅବଧି ୨ ଦିନ ବୃଦ୍ଧି ପାଇଛି । ଫେବ୍ରୁଆରି ୧୨ ତାରିଖ ମଧ୍ୟରାତ୍ରି ଯାଏଁ ଛାତ୍ରଛାତ୍ରୀମାନେ ଫର୍ମପୂରଣ କରିପାରିବେ। ଯଦି ପିଲା ଫର୍ମ ପୂରଣ କରିନଥିବେ, ତେବେ ଅନୁଷ୍ଠାନର ମୁଖ୍ୟ ଫର୍ମ ପୂରଣ କରିପାରିବେ । ମାଟ୍ରିକ ଫର୍ମ ପୂରଣ ଅବଧି ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ତେବେ ପୂର୍ବରୁ ମାଟ୍ରିକ ଫର୍ମପୂରଣ ତାରିଖ ଫେବ୍ରୁଆରି ୨ ତାରିଖ ଥିଲା। ଏହି ଅବଧି ବୃଦ୍ଧି କରାଯାଇ ଫେବ୍ରୁଆରି ୧୦ ତାରିଖ କରାଯାଇଥିଲା। ଆଜି ପୁଣି ଏହି ସମୟସୀମା ବୃଦ୍ଧି ପାଇ ଫେବ୍ରୁଆରି ୧୨ ତାରିଖ କରାଯାଇଛି।

Comments are closed.