ପରିତିକ୍ତ କୂଅରୁ ମୃତ ଦେହ ଉଧାର, ହତ୍ୟା ସନ୍ଦେହ
ସୁନ୍ଦରଗଡ଼, ସନ୍ତୋଷ କୁମାର ଅଟୀ : ଆଜି ବଣେଇ ଅଧିନ କରେଇପୁଟ ଗ୍ରାମର ନନ୍ଦ କିଶୋର ସାହୁ ଙ୍କ ବାଡିରେ ଥିବା ଏକ ପରିତିକ୍ତ କୂଅରେ ଏକ ମୃତ୍ୟୁ ଦେହ ଭାସୁଥିବା ଦେଖି ଗ୍ରାମର ଲୋକମାନେ ନିକଟସ୍ଥ ଟିକାୟତପାଲି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳକୁ ଆସି ପ୍ରଥମେ କୂଅରୁ ମୃତ୍ୟୁ ଦେହ ବାହାର କରି କେନାଭେଟା ଗ୍ରାମର ଗୋରାଚାନ୍ଦ ବେହେରା ବୋଲି ପରିଚୟ ମିଳିଥିଲା। ଘଟଣାରୁ ପ୍ରକାଶ ଯେ ଗତକାଲି ସକାଳେ କରେଇପୁଟ ଗ୍ରାମର ନନ୍ଦକିଶୋର ସାହୁ କେନାଭେଟା ଗ୍ରାମର ଗୋରାଚାନ୍ଦ ବେହେରାଙ୍କୁ ମିଠା ତିଆରି ପାଇଁ ଘରକୁ ଡାକିଆଣିଥିଲେ । ନନ୍ଦକିଶୋରଙ୍କ କହିବାନୁସାରେ ଗତ କାଲି ସଂଧ୍ୟା ସମୟରେ ଗୋରାଚାନ୍ଦ ମିଠା ତିଆରି କରିସାରି ଘରକୁ ଯାଉଛି କହି ଘରୁ ବାହାରି ଥିଲେ । ତାପରବର୍ତ୍ତୀ ଘଟଣା ସଂପର୍କରେ ସେ କିଛି ଜାଣି ନାହାନ୍ତି ବୋଲି କହୁଥିବା ବେଳେ ଗୋରାଚାନ୍ଦଙ୍କ ଭାଇ ଏଗେନ୍ କୁମାର ବେହେରା କିନ୍ତୁ ଏହା ଏକ ହାତ୍ୟାକାଣ୍ଡ ବୋଲି ଦାବି କରିଛନ୍ତି । ତାଙ୍କ କହିବା ଅନୁଯାୟୀ କୂଅଟି ନନ୍ଦକିଶୋରଙ୍କ ଘରୁ ମାତ୍ର ୧୫ଫୁଟ ଦୂରତାରେ ଥିବା ବେଳେ ଗୋରାଚାନ୍ଦ ଯଦି କୂଅରେ ପଡିଗଲା ତେବେ ତାଙ୍କ ପରିବାରର କେହି କେମିତି କିଛି ଜାଣି ପାରିଲେ ନାହିଁ ?..ତାହା ପ୍ରଶ୍ନ ବାଛି ସୃଷ୍ଟି ହୋଇଛି.. ଏହା ଏକ ହତ୍ୟାକାଣ୍ଡ ଦାବି କରି ଉପଯୁକ୍ତ କ୍ଷତିପୂରଣ ଏବଂ ସିବିଆଇ ତଦନ୍ତ ନହେଲା ପଯ୍ୟନ୍ତ ଶବ ଉଠାଯିବ ନାହିଁ ବୋଲି କହିଛନ୍ତି । ଗୋରାଚାନ୍ଦଙ୍କ ଘରେ ଏବେ ଦୁଃଖର ଛାୟା ଖେଳିଯାଇଥିବା ପରିବାର ଲୋକେ ଦୁଃଖରେ ଘଟଣାରେ ଭାଂଗି ପଡିଛନ୍ତି ।
Comments are closed.