ଆଜି ପୂର୍ବାହ୍ନ ୧୧ ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଆସନ୍ତା ୨୨ ତାରିଖରେ ସ୍ନାନଯାତ୍ରା। ଏହି ଅବସରରେ ଚତୁର୍ଦ୍ଧାବିଗ୍ରହ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିବେ। ଶ୍ରୀବିଗ୍ରହମାନେ ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଭକ୍ତଙ୍କୁ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ। ତେବେ ମହାପ୍ରଭୁ ସ୍ନାନବେଦିକୁ ପହଣ୍ଡି ହୋଇ ଯିବା ପୂର୍ବରୁ ସେନାପଟାଲାଗି ସମେତ ବିଭିନ୍ନ ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏହି ନୀତିକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଦଇତାପତି ସେବକମାନେ ସମ୍ପାଦନ କରିଥାନ୍ତି। ଏହି ଗୁପ୍ତ ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ତେଣୁ ୨୦ ତାରିଖ ଅର୍ଥାତ୍‌ ଗୁରୁବାର ବଡ଼ସିଂହାର ଭୋଗ ଶେଷ ହେବା ପରେ ଆପାତତଃ ରାତ୍ର ୧୨ଟାରୁ ୨୧ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଗୁପ୍ତନୀତି ସମ୍ପାଦନ ହେବାକୁ ଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.