ଆଜି ୫ ଘଣ୍ଟା ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଭାଇ-ଭଉଣୀଙ୍କ ‘ରାହୁରେଖା ଲାଗି’ ନୀତି ଅନୁଷ୍ଠିତ ହେଉଥିବାରୁ ଜଗନ୍ନାଥ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ‘ରାହୁରେଖା ଲାଗି’ ଦେବଦେବୀଙ୍କ ଗୁପ୍ତ ନୀତି ହୋଇଥିବାରୁ ଭକ୍ତମାନେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରିପାରିବେ ନାହିଁ।

ଅପରାହ୍ନ ୩ଟାରୁ ରାତି ୮ଟା ଯାଏ ଏହି ନୀତି ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ବନ୍ଦ ରହିବ ବୋଲି ଏସଜେଟିଏ ପକ୍ଷରୁ କୁହାଯାଇଛି।

‘ରାହୁରେଖା ଲାଗି’ ସମୟରେ ସ୍ନାନ ପୂର୍ଣ୍ଣିମାରେ ଦେବଦେବୀଙ୍କ ମସ୍ତକରୁ ବାହାରୁଥିବା ‘ରାହୁରେଖା’ ନାମକ ଏକ ସ୍ୱତନ୍ତ୍ର ସୁନାର ପଟିକୁ ପୁଣି ଦେବଦେବୀଙ୍କ ଉପରେ ଲଗାଯାଇଥାଏ। ଦଇତାପତି ସେବକମାନେ ବନ୍ଦ ଗର୍ଭଗୃହରେ ନୀତିକାନ୍ତି କରିଥାନ୍ତି।

ସୂଚନାଯୋଗ୍ୟ, ବନକଲାଗି ନୀତି ପାଇଁ ଗତ ଅଗଷ୍ଟ ୨୩ ତାରିଖରେ ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ଉପରେ କଟକଣା ଲାଗିଥିଲା।

Comments are closed.