ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର : ବିବାଦରେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା। ତାଙ୍କ ନାଁରେ ଏତଲା ହୋଇଛି। ପାର୍ବତୀ ଗଣନାଟ୍ୟଠୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇ ଯାତ୍ରା ପାର୍ଟିରେ ଯୋଗ ଦେଉନଥିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାଜଧାନୀ ମିଡିଆ ହାଉସ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ହର ବାରିକ ଏତଲା ଦେଇଛନ୍ତି।

ଦୈତାରୀ ପଣ୍ଡାଙ୍କୁ ଚୁକ୍ତି ମୁତାବକ ୧୫ ଲକ୍ଷ ଟଙ୍କା ପାର୍ବତୀ ଗଣନାଟ୍ୟ ଦେଇଥିଲେ। ହେଲେ ସେ ୧୫ ଦିନରୁ ଅଧିକ ସମୟ ହେଲା ସମ୍ପୃକ୍ତ ପାଟିର ଆଖଡ଼ା ଘରେ ପହଞ୍ଚୁ ନାହାନ୍ତି। ସେଥିପାଇଁ ତାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି।

Comments are closed.