ଆତଙ୍କିତ କୁଜଙ୍ଗ ଲୋକ, ରାସ୍ତାରେ କୁମ୍ଭୀର
କୁଜଙ୍ଗ : କୁଜଙ୍ଗ ଅଞ୍ଚଳରେ କୁମ୍ଭୀର ଆତଙ୍କ। ଭୟଭୀତ ଅବସ୍ଥାରେ ବନ୍ୟାପାଣି ଘେରରେ ଥିବା ଲୋକେ। କୁଜଙ୍ଗ ଅଞ୍ଚଳ ବର୍ତ୍ତମାନ ବନ୍ୟା ଘେରରେ ରହିଥିବାବେଳେ ପାଣି ଭିତରେ କୁମ୍ଭୀର ବୁଲୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡିଛି। ଜଳବନ୍ଦୀ ଅବସ୍ଥାରେ ଥିବା ଗ୍ରାମବାସୀମାନେ ପାଣିରେ ପଶି ଯାତାୟାତ କରୁଥିବା ବେଳେ କୁମ୍ଭୀର ବୁଲୁଥିବା ଭିଡିଓ ଆତଙ୍କ ଖେଳାଇଦେଇଛି । ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। ଗୋଟିଏ ପଟେ ଲୋକେ ପାଣି ଘେରରେ ଜଳବନ୍ଦୀ ଭାବରେ ରହୁଥିବାବେଳେ ଅନ୍ୟପଟେ କୁମ୍ଭୀର ଆତଙ୍କ। ଭୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ଜୀବନ ବିକଳରେ କୁଆଡେ ଯିବେ କଣ କରିବେ କିଛି ଜାଣିପାରୁନାହାନ୍ତି।
ରାଜ୍ୟରେ ବର୍ଷା କାରଣରୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ସୂଚନା ମିଳିଛି।
Comments are closed.