ସାଉଦି ଆରବଙ୍କୁ ସମାଲୋଚନା ପଡ଼ିଲା ମହଙ୍ଗା

ୱାସିଂଟନ୍‌: ସାଉଦି ଆରବକୁ ସମାଲୋଚନା କରି ଟୁଇଟ୍‌ ପୋଷ୍ଟ୍‌ କରିଥିବା ଜଣେ ଆମେରିକୀୟ ନାଗରିକଙ୍କୁ ୧୬ ବର୍ଷ ଜେଲ୍‌ଦଣ୍ଡାଦେଶ ଉପରେ ପୁନର୍ବିଚାର କରିବା ପାଇଁ ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଅନୁରୋଧ କରିଛି।

ସାଉଦୀ ବଂଶୋଦ୍ଭବ ଆମେରିକୀୟ ନାଗରିକ ସାଦ୍‌ ଇବ୍ରାହିମ୍‌ ଅଲ୍‌ମାଦିଙ୍କ ଅଟକ କଥା ବୈଦେଶିକ ବିଭାଗ ସୁନିଶ୍ଚିତ କରିବା ସହ କହିଛି ଯେ, ଏ ମାମଲାରେ ଆମେରିକା ଗତ ଡିସେମ୍ବର ମାସରୁ ଆରମ୍ଭ କରି ଗତ ସୋମବାର ଦିନ ମଧ୍ୟ ଆପତ୍ତି ଉଠାଇଛି।

ଟୁଇଟ୍‌ କାରଣରୁ ଅଲ୍‌ମାଦିଙ୍କୁ ୧୬ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବା କଥା ତାଙ୍କ ପୁଅ ଇବ୍ରାହିମ୍‌ ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’କୁ ସୁନିଶ୍ଚିତ କରି କହିଛନ୍ତି।

Comments are closed.