ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗୋଣ୍ଡଗୋଳ । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ
ରାଇଘର(ଭୂବନେଶ୍ଵର ସୁନାନୀ) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତ ହାତିବେନାରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ସୂଚନା ଅନୁସାରେ ରାଇଘର ଥାନା ଅନ୍ତର୍ଗତ ହାତିବେନା ଆଦିବାସୀ ଗ୍ରାମରେ ଜମି ଜମାକୁ କେନ୍ଦ୍ର କରି ସମ୍ପର୍କୀୟ ସାନ ଭାଇ ବଡ଼ ଭାଇକୁ ଟାଙ୍ଗିଆରେ ହାଣିଥିବା ଦେଖିବାକୁ ମିଳିଛି। ମୃତ ବ୍ଯକ୍ତି ଜଣକ କାଡିଆ ଗଣ୍ଡଙ୍କ ପୁଅ ଦେଓସିଂ ଗଣ୍ଡ ବୋଲି ଜଣାପଡିଛି। ସମ୍ପର୍କୀୟ ସାନ ଭାଇ କମଲସିଂହ ଗଣ୍ଡ ଓ ତାଙ୍କ ପରିବାର ମିଶି ଦେଓସିଂହ ଙ୍କୁ ହତ୍ୟା କରିଥିବା ଜଣାପଡିଛି। ହତ୍ୟା କରିବାପରେ ରାଇଘର ଥାନା ରେ ଅଭିଯୁକ୍ତ ନିଜ ପରିବାର ସହ ଆତ୍ମସମର୍ପଣ କରିଥିବା ଜଣାପଡିଛି ।
Comments are closed.