ସୁଧିର,କିରଣ,ବିକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରେଙ୍ଗାଲି, ରମାକାନ୍ତ ବିଶ୍ବାଳ : ଦୀର୍ଘ ୧୮ ବର୍ଷର ବ୍ଯବଧାନ ପରେ ଗୁରୁବାର ନୂଆଁ ରମ୍ପେଲା ପୁରୁଣା ଟୋଲ ଗେଟ ପାଖ ଖେଳ ପଡିଆରେ ଯୁବକ ମାନଙ୍କ ମଧ୍ୟରେ ଖୁସିରେ ମାହୋଲ ଦେଖିବାକୁ ମିଲିଥିଲା । କାହିଁକି ନା ବହୁବର୍ଷ ପରେ ଏଠାରେ ଆୟୋଜିତ ହୋଇଥିଲା କ୍ରିକେଟ ପ୍ରତିଯୋଗିତା । ରେଙ୍ଗାଲୀ ନୂଆଁ ରମ୍ପେଲା ଠାରେ (ସୁଧିର,କିରଣ, ବିକାଶ) ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନି ଉତ୍ସବରେ ଅତିଥି ଭାବରେ ଯୁବ ସମାଜ ସେବୀ ତଥା ରେଙ୍ଗାଲି ଟାଇଗର ଗୃପର ପ୍ରତିଷ୍ଠାତା ସଭାପତି ଚିନ୍ତାମଣି ବାଗ, ଓଡିଶା ସାମ୍ବାଦିକ ସଂଘର ପଶ୍ଚିମ ଓଡିଶା ପ୍ରାନ୍ତିୟ ସଂପାଦକ ରମାକାନ୍ତ ବିଶ୍ବାଳ, ଅବସରପ୍ରାପ୍ତ ବରିଷ୍ଠ ପିଇଟି ଶିକ୍ଷକ ପ୍ରଫୁଲ୍ଲ କୁମାର ଗହିର ପ୍ରମୁଖ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଉଦଘାଟନ ଆରମ୍ଭ ପୁର୍ବରୁ ନୂଆଁ ରମ୍ପେଲା ସ୍ଥିତ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ଶୋଭାଯାତ୍ରାରରେ ଅତିଥିମାନଙ୍କୁ ଖେଳ ପଡିଆକୁ ପାଛେଟି ଆଣିଥିଲେ। ଏହି କ୍ରିକେଟ ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚ ଟି ଅମନ ୧୧ ଏବଂ ଏମଏସ ୧୧ ମଧ୍ଯରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧ ରନରେ ଅମନ ୧୧ ବିଜୟି ହୋଇଥିଲେ । ଉଦଘାଟନୀ ମ୍ୟାଚରେ ପଦ୍ମନଙ୍କୁ ତାଙ୍କର ଶ୍ରେଷ୍ଠ ଖେଳ ପଦର୍ସନ ପାଇଁ ମେନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ବିକାଶ ଏବଂ ଅନୀଲ ଏମ୍ପାୟାର କାର୍ଯ୍ୟ ତୁଲାଇ ଥିବା ବେଲେ ସ୍କୋରର କାର୍ଯ୍ୟ ବଣ୍ଟି ତୁଲାଇ ଥିଲେ। ଏହି କ୍ରିକେଟ ପ୍ରତିଯୋଗିତା ଆୟୋଜନରେ ଅନ୍ୟମାନଙ୍କ ମଧ୍ଯରେ ବିକାଶ, ରାଜେଶ, ବଣ୍ଟି,  ମିଲନ, ରୋସନ, ଅବିନାଶ, ନକୁଳ ଅନନ୍ତ, ରବିନ୍ଦ୍ର, ସୁରଜ,ବିପୁଳ, ଆକାଶ, କେଶବ,ଉତ୍ତମ ଓ ଅନିଲ ଉପସ୍ଥିତ ରହି ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଆସନ୍ତା ୨୧ ତାରିଖ ଦିନ ଅନୁଷ୍ଠିତ ହେବ।

Comments are closed.