ଭରଚୁଆଲ ମାଧ୍ୟମରେ ଉଦଘାଟିତ ହେଲା କୁଡୁମୁଲୁଗୁମ୍ମା ଅଦାଲତ

ମାଲକାନଗିରି(ଅପୁର୍ବ ଥଣ୍ଡର) – କୁଡୁମୁଲୁଗୁମ୍ମା ରେ ଦେୱ।ନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ଶୁଭ ଉଦଘାଟନ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ନ୍ୟାୟମୂର୍ତ୍ତି ଏସ. ମୁରଲୀଧର ଭରଚୁଆଲ ମାଧ୍ୟମରେ ଉଦଘାଟିତ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ମାଲକାନଗିରି ଜିଲ୍ଲା ଦୈ।ରା ଜଜ୍ ମିଶ୍ ରେଖା ପ୍ରସାଦ,ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିଶ୍ୱ ରଞ୍ଜନ ବେହେରା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁମନ୍ତ କୁମାର ପଟ୍ଟନାୟକ, ଓକିଲ ସଂଘ ସଭାପତି ପ୍ରଭାକର ପ୍ରଧାନ, ଅତିରିକ୍ତ ଏସ୍.ପି ବଳଭଦ୍ର ଦୀପ, ଏସ.ଡି.ପି.ଓ ଅ°ଶୁମାନ ଦ୍ୱିବେଦି,ଆଇ.ଆଇ.ସି ଜନ୍ କୁଜୁର,ଆଇ.ଆଇ.ସି ହିମାଂଶୁ ଶେଖର ବାରୀକ,କୁଡୁମୁଲୁଗୁମ୍ମା ତହସିଲଦାର ବିଜୟ ମାଣ୍ଡାଗୀ, ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା, ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀ , ଆର.ଡି ବିଭାଗର ଏସଡିଓ,କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ ଙ୍କ ସହ ଅନେକ ଓକିଲ ଓ ପତ୍ରକାର ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଦୈ।ରା ଜଜ୍ ମିଶ୍ ରେଖା କହିଥିଲେ ଯେ କୁଡୁମୁଲୁଗୁମ୍ମା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏହି ଅଦାଲତ ସ୍ଥାପିତ ହେବା ଫଳରେ କୁଡୁମୁଲୁଗୁମ୍ମା ଅଂଚଳର ବହୁତ ଦିନର ସ୍ୱପ୍ନ ସାର୍ଥକ ହୋଇଛି ଓ ଯାହା ଫଳରେ ଶହଶହ ଦୂର୍ଗମ ପାହାଡିଆ ଅଂଚଳରେ ବସବାସ କରୁଥିବା ବଣ୍ଡା ଓ ଦୀଦାୟୀ ଜନଜାତି ବର୍ଗର ଅଦୀମ ଅଧିବାସୀମାନେ ବହୁ ଉପକୃତ ହୋଇପାରିବେ ଓ ନ୍ୟାୟିକ ବ୍ୟବସ୍ଥା ସେମାନଙ୍କ ଆହୁରି ନିକଟତର ହୋଇପାରିବ ।

 

Comments are closed.