ଆରମ୍ଭ ହେବ କପଲ ଗିପ୍ଟ ଯୋଜନା
ନବ ଦମ୍ପତ୍ତିଙ୍କୁ ଏକ ନୂଆ ଗିଫଟ ଦେବେ ରାଜ୍ୟ ସରକାର । ଏଣିକି ମାଗଣାରେ ନୂଆ ବାହାହୋଇଥିବା କପଲ ମାନଙ୍କୁ ମାଗଣାରେ କଣ୍ଡୋମ ବାଣ୍ଟିବେ ସରକାର । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପରିବାର ନିୟୋଜନ ପାଇଁ ସରକାରଙ୍କ ପକ୍ଷରୁ ଏଭଳି ସ୍ୱତନ୍ତ୍ର ଉପହାର ଯୋଗାଇ ଦିଆଯିବ ।
ରାଜ୍ୟ ସରକାରଙ୍କ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତରଫରୁ ଏହି ଗିଫଟ ପ୍ୟାକେଟ ଦିଆଯିବ ଯେଉଁଥିରେ କଣ୍ଡୋମ, ଓରାଲ କଣ୍ଟ୍ରାସେପ୍ଟିକ ପିଲ, ପ୍ରେଗନାନସି ଟେଷ୍ଟିଙ୍ଗ କିଟ ସମେତ ଏକ ସୂଚନା ପୁସ୍ତିକା ଯୋଗାଇ ଦିଆଯିବ ।ଏହା ସହିତ ଏକ ପଞ୍ଜିକରଣ ଫର୍ମ, ଏକ ଟାୱେଲ, ମିରର,ପାନିଆ ଭଳି ଜିନିଷ ରହିବ ।
ଆସନ୍ତା ସେପ୍ଟେମ୍ବର ମାସରୁ ଏହି ଯୋଜନା ଲାଗୁ ହେବ । ତେବେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଏକ ଆଗୁଆ ଯୋଜନା ପ୍ରସ୍ତୁତ ସାରିଛି । ଜିଲ୍ଲା ଓ ବ୍ଲକ ସ୍ତରରେ ଏହା ବଣ୍ଟାଯିବ ବୋଲି ଏନଆରଏଚଏମ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.