ମହିଳା ଦିବସ ଉପଲକ୍ଷେ କରୋନା ଯୋଦ୍ଧା ଓ କର୍ମବୀର ସମ୍ମାନରେ କରାଗଲା ସମ୍ମାନିତ

ଜଟଣୀ (ସଞ୍ଜୀବ କୁମାର) : ପବ୍ଲିକ ରାଇଟ ଆସୋସିଏସନ ତରଫରୁ ଜଟଣୀ ଥାନାରେ କାର୍ଯ୍ୟରତ ଏ. ଏସ. ଆଇ ଶ୍ରୀମତୀ ଅହଲ୍ୟା ବେହେରାଙ୍କୁ ତାଙ୍କର ନିସ୍ଵାର୍ଥ ସେବା ପାଇଁ ବିଶ୍ବ ମହିଳା ଦିବସ ଉପଲକ୍ଷେ କରୋନା ଯୋଦ୍ଧା ଓ କର୍ମବୀର ସମ୍ମାନରେ ସମ୍ମାନିତ କରାଯାଇଛି । ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକ ଓ ଏସ.ଆଇ. ଏସ ଖାନ୍, ସନ୍ତୋଷ ଜେନା, ପ୍ରୀତି ମଞ୍ଜରୀ ଗଡ଼ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଆସୋସିଏସନ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ବାସୁଦେବ ସେଠୀ , ଖୋର୍ଦ୍ଧା ଜିଲ୍ଲା ଉପସଭାପତି ସଂଜୀବ କୁମାର, ଜଟଣୀ ବ୍ଲକ ଉପ ସଭାପତି ଶ୍ରୀଯୁକ୍ତ ହବିବୁର ରେହେମନ୍ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ |

Comments are closed.