ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ୪ଜଣ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ କେହି ନାହାନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ବାଲେଶ୍ୱରରୁ ଜଣେ, ଖୋର୍ଦ୍ଧାରୁ ୭ଜଣ, ସୁନ୍ଦରଗଡରୁ ଜଣେ ଓ ରାଜ୍ୟପୁଲରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୮ହଜାର ୪୦୧କୁ ବୃଦ୍ଧି ପାଇଛି ।

ଏହି ସମୟ ମଧ୍ୟରେ ରାଜ୍ୟରେ ୧୬ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥକଙ୍କ ସଂଖ୍ୟା ୧୨ଲକ୍ଷ ୭୯ହଜାର ୧୪୩ରହିଛି । ବର୍ତ୍ତମାନ ରାଜ୍ୟରେ ୭୯ଟି ସକ୍ରିୟ ମାମଲା ରହିଛି ।

Comments are closed.