ଲହୁଣୀପଡା ସରକାରୀ ବିଦ୍ୟାଳୟରେ କରୋନା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼, ସନ୍ତୋଷ କୁମାର ଅଟୀ : ବଣେଇ ଉପଖଣ୍ଡ ଲହୁଣିପଡା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଲହୁଣିପଡା ଓ ନିକଟସ୍ଥ ସରକାରୀ ଡାକ୍ତରଖାନାର ସହଯୋଗରେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ମାକ୍ସ ବଣ୍ଟନ କରାଯାଇଛି । ପ୍ରଧାନ ଶିକ୍ଷକ ଦିନେଶ କୁମାର ମାହନ୍ତ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଏକ କରୋନା ଜାଗରଣ ସଭା ଅନୁଷ୍ଠିତ ହୋଇଥିଲା । ସେଥିରେ ସବୁ ସମୟରେ ପରିଷ୍କାର ରହିବ।, ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ ବରିଷ୍ଠ ଡାକ୍ତର ଏବଂ ଶିକ୍ଷକ ମାନେ ଛାତ୍ର ଛାତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ତାସହିତ ପ୍ରତିଦିନ ମାସ୍କ୍ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଥିଲା। ଉକ୍ତ ବାର୍ତ୍ତାକୁ ପ୍ରତି ଛାତ୍ର ଛାତ୍ରୀ ସେମାନଙ୍କ ପଡୋଶୀ ଏବଂ ସାଙ୍ଗ ସାଥିଙ୍କ ନିକଟକୁ ପହଞ୍ଚାଇବା ପାଇଁ ଅଭିଭାଷଣରେ ପ୍ରବର୍ତ୍ତାଇ ଥିଲେ । ବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଓ ଅଭିଭାବକ ପ୍ରଶଂସା କରିଥିବା ଜଣାପଡିଛି ।
Comments are closed.