ପୁଣି କରୋନା

ପୁଣି କଡ଼ ଲେଉଟାଇଲା ମହାମାରୀ କରୋନା। ପୁଣି ଥରେ ସାରା ବିଶ୍ୱରେ କାୟା ମେଲାଇବା ଆରମ୍ଭ କରିଛି କୋଭିଡ-୧୯ ଭୂତାଣୁ। ଭାରତରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିଲାଗି ଲୋକଙ୍କ ମଧ୍ୟରେ ପୁଣିଥରେ ଏହି ମହାମାରୀକୁ ନେଇ ଆତଙ୍କ ସୃଷ୍ଟି ହୋଇଛି।

ସାରା ବିଶ୍ୱରେ କରୋନାର ନୂଆ ଭାରିଏଣ୍ଟ ଜେଏନ୍‌.୧ ଚିହ୍ନଟ ହୋଇଛି। ଭାରତରେ ମଧ୍ୟ ଏହି ଭାରିଏଣ୍ଟରେ ଅନେକ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ନୂଆ ଲକ୍ଷଣ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ରବିବାର ଦେଶରେ ୩୩୫ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଫଲରେ ସକ୍ରିୟ ମାମଲା ସଂଖ୍ୟା ୧,୭୦୧କୁ ବୃଦ୍ଧି ପାଇଛି। ସେହିପରି ଏଥିରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ କେରଳର ହୋଇଥିବା ବେଳେ ଜଣେ ଉତ୍ତରପ୍ରଦେଶର ବୋଲି ସୂଚନା ମିଳିଛି।

Comments are closed.