ଦେଶରେ ତଳ ଉପର ହେଉଛି କରୋନା ସଂକ୍ରମଣ, ଆଜି ୧୬ହଜାର ୪୬୪ କରୋନା ସଂକ୍ରମିତ ଚହ୍ନଟ

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । କେଉଁ ଦିନ ସଂକ୍ରମଣ କମୁଛି ତ ପୁଣି କେତେବେଳେ ଅଧିକ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍‌ ୧୬,୪୬୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଏହାକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୪୦,୧୯,୮୧୧କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଦେଢ ଲକ୍ଷ ପାଖାପାଖି ରହିଛି । ଏବେ ସୁଦ୍ଧା ସମୁଦାୟ ୫,୨୬,୩୯୬ ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏବେ ସୁଧା ୪୩୩୬୫୮୯୦ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଦେଶବ୍ୟାପୀ ମୋଟ ୨,୦୪,୩୪,୦୩,୬୭୬ ଡୋଜ୍ ଟୀକାକରଣ କରାଯାଇଛି ।

Comments are closed.