ଆମେରିକାରେ ଅଧିକ ଶିଶୁ କରୋନା ଆକ୍ରାନ୍ତ
ଓ୍ବାଶିଂଟନ : ମହାମାରୀ ଆରମ୍ଭରୁ, ଆମେରିକାର ୧.୪ କୋଟିରୁ ଅଧିକ ଶିଶୁ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକୀୟ ଏକାଡେମୀ ଅଫ ପେଡିଆଟ୍ରିକ୍ସ (ଏଏପି) ଏବଂ ଶିଶୁ ହସ୍ପିଟାଲ ଆସୋସିଏଶନ ଦ୍ୱାରା ପ୍ରକାଶିତ ହୋଇଥିବା ସଦ୍ୟତମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ଜୁଲାଇ ୨୧ ଶେଷ ସପ୍ତାହରେ ୯୨ ହଜାରରୁ ଅଧିକ ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିବା ପଞ୍ଜିକୃତ ହୋଇଛି। ଏହା ରିପୋର୍ଟର କ୍ରମାଗତ ଦ୍ୱିତୀୟ ସାପ୍ତାହିକ ବୃଦ୍ଧି ଗତ ଚାରି ସପ୍ତାହ ମଧ୍ୟରେ ୩ଚ ଲକ୍ଷ ୧୧ ହଜାରରୁ ଅଧିକ ଶିଶୁ କରୋନା ଆକ୍ରାନ୍ତଙ୍କ ତାଲିକାରେ ପଞ୍ଜିକୃତ ହୋଇଛନ୍ତି।
୨୦୨୨ରେ ପ୍ରାୟ ୬୧ ଲକ୍ଷ ନୂଆ ଶିଶୁ ଆକ୍ରାନ୍ତଙ୍କ ରିପୋର୍ଟ ମାମଲା ଯୋଡି ହୋଇଛନ୍ତି ବୋଲି ଶିହ୍ନୁଆ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି। ସଂକ୍ରମଣର ଗମ୍ଭୀରତାକୁ ଆକଳନ କରିବା ସହିତ ନୂତନ ଫର୍ମ ସହ ଜଡିତ ସମ୍ଭାବ୍ୟ ଦୀର୍ଘମିଆଦି ପ୍ରଭାବକୁ ଆକଳନ କରିବା ପାଇଁ ଅଧିକ ଦୀର୍ଘକାଳୀନ ତଥ୍ୟ ସଂଗ୍ରହ କରିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ଏଏପି କହିଛି।
ଶିଶୁଙ୍କ ସ୍ବାସ୍ଥ୍ୟ ଉପରେ କରୋନା ମହାମାରୀର ତୁରନ୍ତ ପ୍ରଭାବ ପଡିଥାଏ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିଶୁ ଏବଂ ଯୁବବର୍ଗମାନଙ୍କ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତା ଉପରେ ଦୀର୍ଘମିଆଦି ପ୍ରଭାବକୁ ଚିହ୍ନିବା ଏବଂ ସମାଧାନ କରିବା ଆବଶ୍ୟକତା ଜରୁରୀ ବୋଲି ଏଏପି କହିଛି।
Comments are closed.