୯୯ ପ୍ରତିଶତ ନେଇନାହାନ୍ତି ବୁଷ୍ଟର ଡୋଜ଼
ଭୁବନେଶ୍ୱର: କରୋନା ମିଟର ଏବେ ଉପରମୁହାଁ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ଶହ ଟପିଛି। ଲୋକେ ଯେତେ କରୋନାକୁ ନିୟମକୁ ଅଣଦେଖା କରୁଛନ୍ତି, ଭୂତାଣୁ ସେତେ ମାତ୍ରାରେ ମାଡ଼ିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୮୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାକୁ ପ୍ରତିହତ କରିବା ପାଇଁ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ତେବେ ଲୋକମାନଙ୍କ ଅବହେଳା ଯୋଗୁଁ ଟିକାକରଣ ସଫଳ ହୋଇପାରୁନି । ତେବେ ଏହାରି ଭିତରେ ମାଗଣା ପ୍ରିକସନ ଡୋଜ ବା ବୁଷ୍ଟର ଡୋଜ ନେଇ ପରିବାର କଲ୍ୟାଣ ନିଦେ୍ର୍ଧଶକ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ୯୯ ପ୍ରତିଶତ ବୁଷ୍ଟର ଡୋଜ ନେଇନାହାନ୍ତି ।
ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଶୁକ୍ରବାର ଠାରୁ ମାଗଣା ପ୍ରିକସନ ଡୋଜ ଆରମ୍ଭ ହେବ । ୭୫ ଦିନ ଯାଏଁ ଏହି ଟିକାକରଣ ମାଗଣାରେ ଚାଲିବ । ଅଢେଇ ହଜାରରୁ ୩ ହଜାର ସରକାରୀ ମେଡିକାଲରେ ଟିକାକରଣ ହେବ । ରାଜ୍ୟରେ ୧୮ରୁ ୫୯ ବର୍ଷ ବର୍ଗରେ ୨.୬୫ କୋଟି ହିତାଧିକାରୀ ଅଛନ୍ତି । ସେଥିରୁ ମାତ୍ର ଦେଢ ଲକ୍ଷ ପ୍ରିକସନ ଡୋଜ ନେଇଛନ୍ତି । ୯୯ ପ୍ରତିଶତ ବୁଷ୍ଟର ଡୋଜ ନେଇନାହାନ୍ତି । ଟିକାକରଣ ପାଇଁ ଉଭୟ ଅଫଲାଇନ ଓ ଅନଲାଇନରେ ବ୍ୟବସ୍ଥା ହୋଇଛି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ କହିଛନ୍ତି ।
ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଷର ଲୋକମାନଙ୍କୁ ପ୍ରିକସନ ଡୋଜ୍ ମାଗଣାରେ ଦିଆଯିବ। ୭୫ ଦିନ ପର୍ୟ୍ୟନ୍ତ ମାଗଣାରେ ଟିକାକରଣ ଚାଲିବ। ରାଜ୍ୟରେ ପାଖାପାଖି ୩ ହଜାରଟି ସରକାରୀ ଟିକାକରଣ କେନ୍ଦ୍ର ରହିଛି। ସେଠି ମାଗଣାରେ ଟିକାକରଣ ହେବ। କେନ୍ଦ୍ର ଗୁଡିକରେ ଟିକା ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଯଦିଓ ମାଗଣାରେ ଏଭଳି ଟିକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ। ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ କହିଛନ୍ତି ।
Comments are closed.