ମାଗଣାରେ ମିଳିବ ବୁଷ୍ଟର ଡୋଜ଼
ନୂଆଦିଲ୍ଲୀ : ପୁଣି ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେଣୁ କରୋନା କଟକଣା କଡାକଡି କରାଯାଇଛି । ଏହାରି ଭିତରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଅସନ୍ତା ଜୁଲାଇ ୧୫ରୁ କରୋନାର ପ୍ରିକସନାରୀ ଡୋଜ୍ ଟିକା ମାଗଣାରେ ଦିଆଯିବ । ଆଜାଦୀ କି ଅମୃତ ମହୋସôବ ଅବସରରେ ୧୮ବର୍ଷରୁ ଉଦ୍ଧ୍ୱର୍ ବୟସ ବର୍ଗଙ୍କୁ ମଗଣାରେ ପ୍ରିକସନ୍ ଡୋଜ୍ ମିଳିବ । ୭୫ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଏହି ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଗତକିଛି ଦିନତଳେ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହେଉଥିଲା । କିନ୍ତୁ ଏବେ ପୁଣି କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୧୬ ହଜାର ୯୦୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୪୫ ଜଣଙ୍କ ଜୀବନ ନେଇଛି ମହାମାରୀ ।
ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୫୧୯କୁ ବୃଦ୍ଧି ହୋଇଛି । ସେହିପରି ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ?ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୪୫୭କୁ ବୃଦ୍ଧି ପାଇଛି । ଆଜି ୧୫ ହଜାର ୪୪୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାବତ ସୁସ୍ଥ ହେଲେଣି ୪ କୋଟି ୩୦ ଲକ୍ଷ ୧୧ ହଜାର ୮୭୪ ଆକ୍ରାନ୍ତ ।
Comments are closed.