ମୋଦିଙ୍କୁ କଂଗ୍ରେସର ପ୍ରଶ୍ନ, ଜାଣନ୍ତୁ କଣ

ସଂସଦରେ ଚାଲିଛି ଅନାସ୍ଥା ପ୍ରସ୍ଥାବ ଉପରେ ବିତର୍କ। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ। ହଟ୍ଟଗୋଳ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ତିନିଟି ପ୍ରଶ୍ନ ପ୍ରଚାରିଛନ୍ତି ଆସାମ ସାଂସଦ ଗୌରବ ଗୋଗୋଇ। କାହିଁକି ପ୍ରଧାନମନ୍ତ୍ରୀ ମଣିପୁର ଯାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗୋଗୋଇ।

ଏପର୍ଯ୍ୟନ୍ତ କାହିଁକି ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବରାଖାସ୍ତ କରାଯାଇନି ପ୍ରଧାନମନ୍ତ୍ରୀ ତାର ଉତ୍ତର ରଖନ୍ତୁ ବୋଲି ଗୋଗୋଇ କହିଛନ୍ତି। ଏଥିସହ ଗୋଗୋଇ ପ୍ରଶ୍ନ କରିଛନ୍ତି ଯେ, ‘ମଣିପୁର ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିବୃତ୍ତି ରଖିବାକୁ ପ୍ରଧାନମନ୍ତ୍ରୀ 80 ଦିନ ସମୟ ନେଇଗଲେ? ଯେବେ ବି ବିବୃତ୍ତି ରଖିଲେ ମାତ୍ର 30 ସେକେଣ୍? କୃଷକ ଆନ୍ଦୋଳନ ବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ଏହିପରି ଚୁପ୍ ଥିଲେ, ଏବେ ବି ଚୁପ୍ ଅଛନ୍ତି।’ ପ୍ରଧାନମନ୍ତ୍ରୀ ମୌନ ଭାଙ୍ଗନ୍ତୁ ବୋଲି ଗୋଗୋଇ କହିଛନ୍ତି।

Comments are closed.