କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ବଡ ଦାବି

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତିବ, କେବଳ କଂଗ୍ରେସ ଦଳ ୨୭୩ ଆସନ ଅତିକ୍ରମ କରିବ। ଏହା ବ୍ୟତୀତ ସେ ଭାଜପାକୁ ମଧ୍ୟ ଟାର୍ଗେଟ କରିଛନ୍ତି।

ଏଥର ଭାଜପା ୪୦୦ସ୍ଲୋଗାନକୁ ବିରୋଧ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ସାକ୍ଷାତକାରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହୁଛନ୍ତି ତାହା ମିଥ୍ୟା ଅଟେ। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ସେ ଚାହୁଁଥିବା ସଂଖ୍ୟା ହାସଲ କରିଥିଲେ, କିନ୍ତୁ ଏଥର ତାଙ୍କ କ୍ଷମତାକୁ ଆସିବା କଷ୍ଟକର। ସେ ଦକ୍ଷିଣରେ ଏବଂ ଉତ୍ତରରେ ମଧ୍ୟ ହାରୁଛନ୍ତି।

 

 

 

Comments are closed.