ମୋଦିଙ୍କୁ କଂଗ୍ରେସ ନେତାଙ୍କ ପ୍ରଶଂସା
ନୂଆଦିଲ୍ଲୀ : ସାରା ବିଶ୍ବରେ ଯୋଗର ପ୍ରଚାର ପ୍ରସାର କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରର ଭୂମିକାକୁ କଂଗ୍ରେସ ନେତା ଶଶି ଥରୁର ସ୍ବୀକାର କରିଛନ୍ତି। ଯୋଗକୁ ଲୋକପ୍ରିୟ କରିଥିବାରୁ ଥରୁର ଆଜି ମୋଦୀ ସରକାରକୁ ପ୍ରଶଂସା କରିଛନ୍ତି। ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଂଗ୍ରେସ ଏକ ଟ୍ବିଟ୍ କରି କହିଥିଲା ଯେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଯୋଗକୁ ଲୋକପ୍ରିୟ କରିବାରେ ଏବଂ ଏହାକୁ ଜାତୀୟ ନୀତିର ଏକ ଅଂଶ କରିବାରେ ଜଣେ ବଳିଷ୍ଠ ସାଧକ ଥିଲେ। ନେହରୁ ଯୋଗ କରୁଥିବାର ଏକ ଫଟୋ ମଧ୍ୟ କଂଗ୍ରେସ ଟ୍ବିଟ୍ କରିଛି।
ତେବେ ଦଳର ଏହି ଟ୍ବିଟ୍ ଉପରେ ଟିପ୍ପଣୀ ଦେଇ ଥରୁର କହିଛନ୍ତି, ଆମେମାନେ ମଧ୍ୟ ଯୋଗକୁ ଲୋକପ୍ରିୟ କରିଥିବା ସମସ୍ତଙ୍କୁ ଏବଂ ଏପରିକି ଆମ ସରକାରଙ୍କ ଅବଦାନକୁ ସ୍ବୀକାର କରିବାକୁ ପଡ଼ିବ। ଆମ ସରକାର ଜାତିସଂଘ ଦ୍ବାରା ଅନ୍ତର୍ଜାତୀୟ ଯୋଗ ଦିବସକୁ ଅନ୍ତର୍ଜାତୀୟକରଣ କରିଛନ୍ତି। ଥରୁର ପିଏମ୍ଓ ଏବଂ ବିଦେଶ ବ୍ୟାପାର ମନ୍ତ୍ରାଳୟର ଟ୍ବିଟର ହାଣ୍ଡେଲ୍କୁ ତାଙ୍କ ଟ୍ବିଟ୍ରେ ଟ୍ୟାଗ୍ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ମୋଦୀଙ୍କୁ ଅନ୍ତର୍ଜାତୀୟ ଯୋଗ ଦିବସର ଶ୍ରେୟ ଦେଇ ଥରୁର କଂଗ୍ରେସର ଅଡ଼ୁଆ ବଢ଼ାଇଛନ୍ତି।
Comments are closed.